ଜେଇଇ ଆଡଭାନ୍ସ ୨୦୨୧ : ଆକାଶ ପ୍ରତିଷ୍ଠାନର ହାଟ୍ରିକ୍ ପ୍ରଦର୍ଶନ ।

100

କନକ ବ୍ୟୁରୋ: ଚଳିତ ବର୍ଷ ପୁନର୍ବାର ଆକାଶ ପ୍ରତିଷ୍ଠାନ ଦ୍ୱାରା  ଉନ୍ନତ ପ୍ରଦର୍ଶନ । ଆକାଶ ଟପ୍ ଉତ୍ପାଦନର ପରମ୍ପରା ଏହି ବର୍ଷମଧ୍ୟ ଜାରି ରଖିଛି । JEE (Advanced) ୨୦୨୧ ର ଫଳାଫଳ ୧୫.୧୦.୨୦୨୧ରେ ପ୍ରକାଶ ପାଇଛି । ଆକାଶରଛାତ୍ରଛାତ୍ରୀ ମାନେ ବିଜୟା ଦଶମୀରେ ଆମ ପାଇଁ ବିଜୟ ଆଣିଛନ୍ତି । ପୁଣିଥରେ ଆକାଶର ଛାତ୍ରଛାତ୍ରୀମାନେ ଓଡିଶାରେପ୍ରଥମ ରାଙ୍କ ଆଣିବାରେ ସକ୍ଷମ ହୋଇଛନ୍ତି । ଏହାଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ  । ଆକାଶ-ବାଇଜୁର ଛାତ୍ର ଗୌତମ ଦାସ୍ ୨୮୨ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୧୧୫ ତମ ସ୍ଥାନରେ ରହିଛନ୍ତି ଏବଂ ଓଡିଶାରେ ପ୍ରଥମ ସ୍ଥାନରେ ଅଛନ୍ତି। ୨୦୧୯ ମସିହାରେ ଆକାଶର ଛାତ୍ର ଶାୟନ୍ତନ ଧର୍ ସର୍ବଭାରତୀୟ ସ୍ତରରେ ୫୧ ତମ ସ୍ଥାନରେ ରହିଥିବାବେଳେ ୨୦୨୦ ରେ ସିବାଶିଷ ରାଉତ୍ ୭୩ ତମ ସ୍ଥାନରେ ରହି ଓଡିଶାରେ ଆକାଶ ଭୁବନେଶ୍ୱର ଶାଖାର ଛାତ୍ରଛାତ୍ରୀ ୩ ବର୍ଷଲଗାତାର ପ୍ରଥମ ସ୍ଥାନ-ହ୍ୟାଟ୍ରିକ୍ କରିଛନ୍ତି ।

 

ଗୌତମ ତାଙ୍କର ସଫଳତା ଏବଂ ଉନ୍ନତ ପ୍ରଦର୍ଶନ ପାଇଁ ସେ ତାଙ୍କର ପିତାମାତା, ଆକାଶ-ବାଇଜୁର ଶିକ୍ଷକ ଏବଂ ତାଙ୍କର କଠିନ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି । ଆକାଶ-ବାଇଜୁର ଉନ୍ନତ ପାଠ୍ୟ ପ୍ରଣାଳୀ ଏବଂ ପୁସ୍ତକ ଓ ଶିକ୍ଷକ ମାନଙ୍କ ମାର୍ଗଦର୍ଶନ ସହିତ ବିଭିନ୍ନ ପରିକ୍ଷା ତଥା AIATS, Review Test, Fortnightly Test ଇତ୍ୟାଦି ତାଙ୍କ ସଫଳତାର ଚାବିକାଠି ବୋଲି ସେ କହିଥଲେ । ଆକାଶ ବାଇଜୁର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଅଜୟ ବାହାଦୂର ସିଂହ କହିଥିଲେ ଏହି କରୋନାର କଠିନ ସମୟରେ ଏଭଳି ସଫଳତା ମୋ ପାଇଁ ଏବଂ ଅନୁଷ୍ଠାନ ପାଇଁ ବହୁତ ଗର୍ବର ବିଷୟ । ଏହି ଅବଶରରେ ସେ ଆକାଶ-ବାଇଜୁର ସମସ୍ତ କାର୍ଯରତ ଶିକ୍ଷକଗଣ, ଅବିଭାବକ ଓ କର୍ମଚାରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି ।

 

ଆକାଶ-ବାଇଜୁର କର୍ପୋରେଟ୍ ଅଫିସ୍ ଛାତ୍ରଛାତ୍ରୀ ମାନଙ୍କର ଉତମ ପ୍ରଦର୍ଶନ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେଇ ଆସୁଥିଲେ । ସେ ଗୌତମ ଏବଂ ଅନ୍ୟ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ପ୍ରାାର୍ଥନା କରିଛନ୍ତି ଏବଂ ସେ ଏହାର ଶ୍ରେୟ ସେମାନଙ୍କର କଠିନ ପରିଶ୍ରମ ପାଇଁ ଦେଇଛନ୍ତି ।  ଆକାଶ-ବାଇଜୁର ୧୪ ଜଣ ଛାତ୍ରଛାତ୍ରୀ JEE (Advanced)  ୨୦୨୧ ରେ ସର୍ବଭାରତୀୟ ସ୍ତରରେ ପ୍ରଥମ ୨୦୦ ଜଣଙ୍କ ମଧ୍ୟରେ ଅଛନ୍ତି । ଆକାଶ-ବାଇଜୁର ଭୁବନେଶ୍ୱର ଶାଖାର ରେଗୁଲାର୍ କ୍ଲାସରୁମର ଛାତ୍ରଛାତ୍ରୀ ଯେଉଁମାନେ JEE (Advanced) ୨୦୨୧ ରେ

ଉନ୍ନତ ପ୍ରଦର୍ଶନ କରିଛନ୍ତି : ଦିପକ୍ ନନ୍ଦ (AIR-୮୪୮), ଏନ୍. ଅନୁଷ୍କା (AIR-୨୦୩୯), ଆକାଶ ଗନେରିୱାଲ୍ (AIR୨୦୬୬), ଗୌରି ଶଂକର ସ୍ୱାଇଁ (AIR-୨୬୭୨), ସୁଦିପ୍ ରଂଜନ ସାହୁ (AIR-୪୪୬୪), ଓମ୍ ଅନିମେଶ