ଜେଡିୟୁ ନେତାଙ୍କ ବିକୃତ ବୟାନ । କ’ଣ କହିଲେ ନେତା?

139

କନକ ବ୍ୟୁରୋ: ନିକଟରେ ମହମ୍ମଦ ଅଲ୍ଲି ଜିନ୍ନାଙ୍କୁ ଭାରତର ସ୍ମାଧିନତା ସଂଗ୍ରାମର ପୃଷ୍ଠପୋଷକ କହି ସମାଜବାଦୀ ପାର୍ଟି ନେତା ତଥା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ସମାଲୋଚିତ ହୋଇଥିବାବେଳେ ଏବେ ଏଭଳି ଆଉ ଏକ ବୟାନ ଦେଶବାସୀଙ୍କୁ ବ୍ୟଥିତ କରିଛି । ବିହାର ବିଧାନ ପରିଷଦର ଜେଡିୟୁ ନେତା ଖଲିଦ୍ ଅନୱର, ଜିନ୍ନାଙ୍କୁ ନେଇ ଏପରି କିଛି ବୟାନ ଦେଇଛନ୍ତି ଯାହାକୁ ନେଇ ବିଜେପି ଖପ୍ପା ହୋଇଛି ।

ଖଲିଦ୍ ଅନୱର ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲି ଜିନ୍ନାଙ୍କୁ ମହାନ ସ୍ୱାଧୀନତା ସଂଗ୍ରାମୀ କହିବା ସହ ଦେଶ ବିଭାଜନ ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ହିଁ ଦାୟୀ ବୋଲି କହିଛନ୍ତି । ଏହା କେବଳ ତାଙ୍କର ମନ୍ତବ୍ୟ ନୁହେଁ ବରଂ ଦଳର ଆଭିମୁଖ୍ୟ ବୋଲି ଖଲିଦ୍ କହିଛନ୍ତି । ତାଙ୍କର ଏଭଳି ବୟାନକୁ କଡା ନିନ୍ଦା କରିଛି ବିଜେପି । ଯଦି ଜିନ୍ନାଙ୍କୁ ଏତେ ଭଲ ପାଉଛନ୍ତି ତେବେ ଖଲିଦ୍ ଓ ଏଭଳି ମତରେ ବିଶ୍ୱାସ କରୁଥିବା ନେତାମାନେ ଭାରତ ଛାଡି ପାକିସ୍ତାନ ଚାଲିଯାଆନ୍ତୁ ବୋଲି ବିଜେପି କହିଛି ।