କନକ ବ୍ୟୁରୋ: ଦିଲ୍ଲୀରେ ବଦଳି ଏବଂ ଚାକିରୀରେ ପୋଷ୍ଟିଂ ନେଇ ଚାଲିଥିବା ଲଢେଇ ସଂସଦରେ ପହଞ୍ଚିଛି । ଦିଲ୍ଲୀର ସତ୍ତାଧାରୀ ଆପ୍ ବିରୋଧୀ ଦଳର ସହାୟତାରେ ଏହି ବିଧେୟକକୁ ରାଜ୍ୟସଭାରେ ମାତ୍ ଦେବା ପାଇଁ ଆଶା କରିଛି । ସେପଟେ ସରକାର ମଧ୍ୟ ଏହାକୁ ପାରିତ କରିବା ପାଇଁ ପୂରା ପ୍ରସ୍ତୁତି କରିଛନ୍ତି । ଏହାକୁ ନେଇ ସରକାରୀ ଏବଂ ବିରୋଧୀ ଉଭୟ ସେମାନଙ୍କ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛନ୍ତି ।

Advertisment

କେନ୍ଦ୍ରରେ ସରକାରରେ ଥିବା ବିଜେପି ନିଜର ଲୋକସଭା ସଦସ୍ୟଙ୍କୁ ଫେବ୍ରୁଆରୀ ୧୩ରେ ସଦନରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରିକରିଛି । ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରମୁଖ ଦଳ ଜେଡିୟୁ ମଧ୍ୟ ରାଜ୍ୟସଭାରେ ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ହ୍ୱିପ୍ ଜାରିକରିଛି ।

ଜେଡିୟୁ ରାଜ୍ୟସଭା ଉପସଭାପତି ହରିବଂଶଙ୍କ ସହ ଉଚ୍ଚ ସଦନରେ ଥିବା ଦଳର ସମସ୍ତ ସଦସ୍ୟଙ୍କୁ ଦିଲ୍ଲୀ ଅଧ୍ୟାଦେଶ ଉପରେ ଭୋଟିଂ ବେଳେ ସଦନରେ ଉପସ୍ଥିତ ରହିବାକୁ କହିଛି । ଦଳର ନିଷ୍ପତ୍ତିକୁ ପାଳନ କରିବାକୁ ମଧ୍ୟ କୁହାଯାଇଛି । ଜେଡିୟୁର ଏହି ହ୍ୱିପକୁ ନେଇ ନୂଆ ରାଜନୀତି ଆରମ୍ଭ ହୋଇଛି । ପ୍ରଶ୍ନ ସାମ୍ନାକୁ ଆସିଛି ଯେ କଣ ସଭାପତି ଏବଂ ଉପସଭାପତି ହ୍ୱିପର ନିୟମ ଭିତରେ ଆସିପାରିବେ କି? ଏହାକୁ ନେଇ କଣ ରହିଛି ସଂସଦୀୟ ପରମ୍ପରା?

ସଂସଦୀୟ ମାମଲାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ ହ୍ୱିପର ନିୟମରୁ କେବଳ ସଭାପତି ବାହାରେ ରହିବେ । ଚେୟାର ଉପରେ କୌଣସି ପ୍ରକାରର ହ୍ୱିପ୍ ଲାଗୁହୋଇନଥାଏ । କାରଣ ଯେତେବେଳେ ଜଣେ ସାଂସଦ ସଭାପତି ଭାବେ ଗୃହପରିଚାଳନା କରେ ସେତେବେଳେ ସେ କୌଣସି ଦଳର ହୋଇନଥାଏ । ସଂସଦର କାର୍ଯ୍ୟକ୍ରମ ସହ ଜଡିତ ନିୟମ ଉପସଭାପତିଙ୍କୁ ହ୍ୱିପରୁ ବାହାର କରିନଥାଏ । ହରିବଂଶ ଯଦି ଭୋଟିଂ ବେଳେ ଗୃହପରିଚାଳନା କରୁନଥିବେ ତେବେ ସେ ଦଳର ହ୍ୱିପ୍ ମାନିବାକୁ ନିୟମ ମୁତାବିକ ବାଧ୍ୟ ।

ହରିବଂଶ ନାରାୟଣ ସିଂହ ଜେଡିୟୁର ରାଜ୍ୟସଭା ସାଂସଦ । ଦଳ ପକ୍ଷରୁ ଜାରି ହୋଇଥିବା ହ୍ୱିପ୍ ତାଙ୍କ ଉପରେ ମଧ୍ୟ ଲାଗୁହେବ । ତେବେ ପ୍ରଶ୍ନ ଉଠୁଛି ଯେ କେଉଁ ପରିସ୍ଥିତିରେ ଏହି ହ୍ୱିପରୁ ବଞ୍ଚିପାରିବେ ? ବିଶେଷଜ୍ଞଙ୍କ କହିବା କଥା ଯେ ଗୋଟିଏ ସ୍ଥିତିରେ ହରିବଂଶ ଜେଡିୟୁର ହ୍ୱିପରୁ ବଞ୍ଚିପାରିବେ । ଭୋଟିଂ ବେଳେ ସେ ଗୃହର ପରିଚାଳନା ପାଇଁ ଆସନରେ ବସିଥିବେ । ତେବେ ଏହାର ଆସାର କମ ଲାଗୁଛି । ଯଦି ଭୋଟିଂ ବେଳେ ସେ ଆସନରେ ଥିବେ ତେବେ ମଧ୍ୟ ସେ ହ୍ୱିପର ପାଳନ କରୁଥିବେ । କାରଣ ହ୍ୱିପ ଏହା ସୁନିଶ୍ଚିତ କରେ ଯେ ଦଳର ସମସ୍ତ ସଦସ୍ୟ ନିର୍ଦ୍ଧାରିତ ସମୟ, ଆଉ ତିଥିରେ ଗୃହରେ ଉପସ୍ଥିତ ରହିଥିବେ । ହରିବଂଶ ଆସନ ଆସନରେ ଥିବା ବେଳେ ସେ ହ୍ୱିପର ପାଳନ କରୁଥିବେ ।

ହରିବଂଶ ଦିଲ୍ଲୀ ଅଧ୍ୟାଦେଶ ଉପରେ ଭୋଟିଂ ବେଳେ ଆସନ ଉପରେ ରହିନପାରନ୍ତି , କାରଣ ଅନେକ ରହିଛି । ବିଜେପି ପାଇଁ ଚିନ୍ତା ସାଜିଥିବା ଏହି ବିଲର ଭୋଟିଂ ବେଳେ ଦଳର ଅନ୍ୟ ଦଳର ସାଂସଦଙ୍କୁ ସଭାପତି ଆସନରେ ବସାଇବାର ବିପଦ ଦଳ ନେବାକୁ ଚାହିଁବନାହିଁ । ବିଶେଷ କରି ଯେଉଁମାନେ ଏହାର ବିରୋଧ କରୁଛନ୍ତି । ହରିବଂଶ ଯେତେବେଳେ ରାଜ୍ୟସଭା ଉପସଭାପତି ନିର୍ବାଚିତ ହୋଇଥିଲେ ସେତବେଳେ ଜେଡିୟୁ ସରକାରରେ ସାମିଲ ଥିଲା । ବର୍ତ୍ତମାନ କିନ୍ତୁ ଦଳ ବିରୋଧୀ ମେଣ୍ଟରେ ରହିଛନ୍ତି ।

ଉପରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଜଗଦୀପ ଧଡଖଡ ରାଜ୍ୟସଭାରେ ସକ୍ରିୟତାର ସହ ନଜର ଆସିଛନ୍ତି । ସଂସଦର କାର୍ଯ୍ୟକ୍ରମର ଅତୀତକୁ ଯଦି ଦେଖାଯାଏ ତେବେ ସଦନର ଦ୍ୱିତୀୟାର୍ଦ୍ଧରେ ସଭାପତିଙ୍କୁ ଗୃହ ପରିଚାଳନା କରିବାରେ କମ ଦେଖିବାକୁ ମିଳିଥାଏ । ବର୍ତ୍ତମାନ କିନ୍ତୁ ଏହା ଦେଖିବାକୁ ମିଳୁନାହିଁ । ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆସନରେ ଅନେକ ସମୟ ଧରି ନଜର ଆସୁଛନ୍ତି । ରାଜ୍ୟସଭାରେ କୌଣସି ବି ବିଲର ଭୋଟିଂ ବେଳେ ଆସନରେ ଜଗଦୀପ ଧନଖଡ ନଜର ଆସୁଛନ୍ତି ।

ଜେଡିୟୁ ରାଜ୍ୟସଭାର ଉପସଭାପତି ହରିବଂଶଙ୍କୁ କାହିଁକି ହ୍ୱିପ୍ ଜାରି କରିଛି ତାକୁ ନେଇ ବିବାଦ ଆରମ୍ଭ ହୋଇଛି । ଅନେକ ଏହାକୁ ନୀତିଶ କୁମାର ଏବଂ ହରିବଂଶଙ୍କ ସମ୍ପର୍କରେ ଆସିଥିବା ଅବିଶ୍ୱାସକୁ କାରଣ ଭାବେ ଗ୍ରହଣ କରାଯାଉଛି । ଅନ୍ୟମାନେ ଆଉ କିଛି କାରଣ ମଧ୍ୟ ଦାୟୀ କରିଛନ୍ତି । ନୂଆ ସଂସଦ ଭବନର ଉଦଘାଟନ ବେଳେ ଜେଡିୟୁ ଏଥିରୁ ଦୂରେଇ ରହିଥିଲା । ଦଳ ପକ୍ଷରୁ କାର୍ଯ୍ୟକ୍ରମର ବହିଷ୍କାର କରିବା ପାଇଁ ଘୋଷଣା କରାଯାଇଥିଲା । ହରିବଂଶ କିନ୍ତୁ ସମାରୋହରେ ସାମିଲ ହୋଇଥିଲେ । ଏହା ପରେ ଦଳରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ ନଥିବା କୁହାଯାଇଥିଲା । ବିଜେପି ସହ ହରିବଂଶଙ୍କ ସମ୍ପର୍କ ବଢୁଥିବା ଦେଖିବାକୁ ମିଳିଛି । ଗତ କିଛିଦିନ ତଳେ ହରିବଂଶ ପାଟନାରେ ପହଞ୍ଚିଥିଲେ । ସେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।