କନକ ବ୍ୟୁରୋ: କର୍ଣ୍ଣାଟକକୁ ନେଇ ସାରା ଦେଶର ରାଜନୈତିକ ମାହୋଲ ସରଗରମ ଥିବାବେଳେ ଗୁଗଲରେଳ ଟ୍ରେଂଡ କରୁଛନ୍ତି କୁମାରସ୍ୱାମୀଙ୍କ ଅଭିନେତ୍ରୀ ପତ୍ନୀ ରାଧିକା । ରାଧିକା କୁମାରସ୍ୱାମୀ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା । ୨୦୦୬ରେ କୁମାରସ୍ୱାମୀ ରାଧିକାଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ଝିଅ ଅଛି, ଯାହାର ନାମ ସମିକା କୁମାରସ୍ୱାମୀ । ବୃତିଗତ ଜୀବନକୁ ନେଇ ଚର୍ଚ୍ଚିତ ରାଧିକା ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।
କଂଗ୍ରେସ ନେତା ରାମୟା ଓ କୁମାରସ୍ୱାମୀଙ୍କ ମଧ୍ୟରେ କଥା କଟାକଟି ହେବା ପରେ ହିଁ ରାଧିକା ଓ କୁମାରସ୍ୱାମୀଙ୍କ ଏହି ଗୁପ୍ତ ସମ୍ପର୍କ କଥା ଜଣାପଡିଥିଲା । ସେତେବେଳ ଯାଏ କୁମାରସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ବା ରାଧିକାଙ୍କ କଥା କେହି ଜାଣି ନଥିଲେ । ରାଧିକା ଅଭିନେତା ରତନ କୁମାରଙ୍କୁ ପ୍ରଥମେ ବିବାହ କରିଥିଲେ । କିନ୍ତୁ ତାଙ୍କ ସମ୍ପର୍କ ବିବାଦୀୟ ହୋଇଯିବାରୁ କିଛି ପରଦାରୁ ନିଜକୁ ଦୂରେଇ ରଖିଥିଲେ । ୨୦୧୦ରେ କୁମାରସ୍ୱାମୀ ଓ ରାମାୟାଙ୍କ ମଧ୍ୟରେ ଝଗଡା ହେବା ପରେ ଯାଇ ରାଧିକା ଦାବି କରିଥିଲେ ଯେ କୁମାର ସ୍ୱାମୀ ତାଙ୍କୁ ୨୦୦୬ରେ ବିବାହ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-20-08h45m26s964.png)
/kanak/media/post_attachments/wp-content/uploads/2018/05/vlcsnap-2018-05-20-08h45m38s338-300x240.png)