ମମିତା ହତ୍ୟା ମାମଲା : ଦୁଇ ଜଣ ହେବେ ରାଜସାକ୍ଷୀ; ଘଟଣାକୁ ଅତିପାଖରୁ ଜାଣିଛନ୍ତି ଏହି ଦୁଇଜଣ ବ୍ୟକ୍ତି

219

କନକ ବ୍ୟୁରୋ : ମମିତା ହତ୍ୟା ମାମଲାରେ ଦୁଇ ଜଣ ହେବେ ରାଜସାକ୍ଷୀ । ରାଜସାକ୍ଷୀ ଜେସିବି ଡ୍ରାଇଭର ଓ ଜଣେ କର୍ମଚାରୀ ହେବେ । ଏହି ଦୁଇଜଣ ବ୍ୟକ୍ତି ଘଟଣାକୁ ଅତିପାଖରୁ ଜାଣିଛନ୍ତି । ପୁଲିସ ଗୋବିନ୍ଦ ସହ ସବୁ ସମୟରେ ସବୁ କାମ କରୁଥିବା ତାର ଡ୍ରାଇଭର ପୁଷ୍କର, ରାଧେକୁ ଆଣି ପଚରାଉଚୁରା ଚଳାଇଛି । ଏହାସହ ହାଇସ୍କୁଲ ମିନି ଷ୍ଟାଡିୟମର ଜଗାରଖା କରୁଥିବା ମୁନସିକୁ ବି ପଚରାଉଚୁରା କରୁଛି । ଜଣେ ଡ୍ରାଇଭର ଅଟକ ଥିବା ସୂଚନା ଦେଇଥିବା ବେଳେ ଅନ୍ୟ ଦୁଇ ଜଣକୁ ବି ଚାଲିଛି ପଚରାଉଚୁରା । ଡିଆଇଜି ନିଜ ତତ୍ତ୍ୱାବଧାନରେ ସବୁର ତଦନ୍ତକୁ ଆଗେଇଛନ୍ତି ।ସେପଟେ ଏହି ଘଟଣାରେ ଛାତ୍ରୀ ଓ ଶିକ୍ଷକଙ୍କୁ ପଚରାଉଚରା କରାଯାଉଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ସନସାଇନ୍ କଲେଜର ଜଣେ ଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ପଚରାଉଚରା କରାଯାଉଛି ।

ପୁଣି ମହାଲିଙ୍ଗ ଷ୍ଟାଡିୟମକୁ ଖୋଳିବା ଆରମ୍ଭ କରିଛି ପୁଲିସ । ଉତରାଂଚଳ ଡିଆଇଜି ଓ ବଲାଙ୍ଗିର ଏସପି ମମିତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ପରିଦର୍ଶନ କରିବା ପରେ ଜେସିବି ଲଗାଇ ମହାଲିଙ୍ଗ ଷ୍ଟାଡିୟମକୁ ଖୋଳିଛନ୍ତି । ଏହି ସ୍ଥାନରେ ମମିତା ହତ୍ୟାକାଣ୍ଡର ଅଧିକ ତଥ୍ୟ ଲୁଚିଥିବା ପୁଲିସ ଆଶଙ୍କା କରୁଛି । କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସକୁ ମିଳିଥିବା ସୂଚନା ମିଳିଛି । ମଙ୍ଗଳବାର ଦିନ ଏହି ସ୍ଥାନରୁ ମମିତାଙ୍କ ପୋତା ଯାଇଥିବା ସ୍ଥାନ ଖୋଳାଯାଇଥିଲା । ଏହି ସ୍ଥାନରୁ ମିଳିଥିଲା ପାଉଂଜି, ସୁନା ଚେନ୍ ଓ ବ୍ୟାଗ୍ । ୮ ତାରିଖରେ ମମିତାଙ୍କୁ ହତ୍ୟା କରାଯିବା ପରେ ଏହି ସ୍ଥାନରେ ପୋତା ଯାଇଥିବା ପୋଲିସ କହିଥିଲା ।

ଅନ୍ୟପକ୍ଷରେ ପୁଲିସ ଅପହରଣ ଓ ନିଖୋଜ ମାମଲାର ତଦନ୍ତ କରିବା ସମୟରେ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରିଥିଲା । ପ୍ରାୟ ୭୦ ଘଣ୍ଟାର ଫୁଟେଜ ପୁଲିସ ରଖିଛି। ମମିତାଙ୍କୁ ସାଙ୍ଗରେ ନେବାଠାରୁ ନେଇ ମହାଲିଙ୍ଗ ଷ୍ଟାଡିୟମ ପହଞ୍ଚିବା ଯାଏ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରିଛି ପୁଲିସ । ସାକ୍ଷୀମାନଙ୍କ ବୟାନ ଅନୁସାରେ ମିନିଷ୍ଟାଡିୟମ ଠିକଣା ପାଇଥିଲା ପୁଲିସ । ଆଉ ସେଠାରୁ ହିଁ ମମିତାଙ୍କ ମର୍ଡର ମିଷ୍ଟ୍ରିର ସବିଶେଷ ସୂଚନା ପାଇଥିଲା ପୁଲିସ । ସେହିପରି ମମିତା ତାଙ୍କ ପେନ୍‌ଡ୍ରାଇଭ୍‌ କେଉଁଠି ରଖିଛନ୍ତି ? ମମିତା ତାଙ୍କ ଜଣେ ସାଙ୍ଗକୁ ମେସେଜ୍‌ ଦେଇଥିଲେ । କିଏ ସେହି ସାଙ୍ଗ ? ତାଙ୍କ ରୁମ୍‌ମେଟ୍‌ ନୁହଁ ତ ? ସେ ହିଁ ଏକା ସେହି ପେନ୍‌ଡ୍ରାଇଭ୍‌ ପାଇବେ ଓ ଲୁଚାଇ ରଖିଥିବା ମେସେଜ୍‌ ଦେଇଥିବା ପରିବାରଲୋକ କହିଛନ୍ତି । ପରିବାର ଲୋକ ମଧ୍ୟ ଘରେ ପେନ୍‌ଡ୍ରାଇଭ୍‌କୁ ବହୁ ଖୋଜାଖୋଜି କଲେଣି । କିନ୍ତୁ ତାହା ପାଇ ନାହାନ୍ତି । ଏଣୁ ପେନ୍‌ଡ୍ରାଇଭ୍‌ କେଉଁଠି ଏବେ ଏହା ବଡ଼ ପ୍ରଶ୍ନ । ଯେଉଁଥିରେ ଅଛି ସେକ୍ସ ସ୍କାଣ୍ଡାଲର ପୂରା ଫିଲ୍ମ। ଏଣୁ ପୁଲିସ ପେନ୍‌ଡ୍ରାଇଭ୍‌ ଖୋଜିବା ଦିଗରେ ମଧ୍ୟ ତଦନ୍ତ ଚଳାଇଛି ।

ମିଳିଥିବା ସୂଚନା ଅନୁସାରେ, ଗୋବିନ୍ଦ ଓକିଲାତି ପଢ଼ିଥିବାବେଳେ ପ୍ରଥମେ ଠିକାଦାର କାମ କରୁଥି‌ଲେ । ପରବର୍ତ୍ତୀ ସମୟରେ ସ୍କୁଲ ଓ କଲେଜ ପ୍ରତିଷ୍ଠା କରିଥିଲେ । ବର୍ତ୍ତମାନ ମଧ୍ୟ ଠିକା କାମ କରି ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଥିଲେ । ନେତା, ମନ୍ତ୍ରୀଙ୍କୁ ପ୍ରଭାବିତ କରିବା ସହିତ ସ୍ଥାନୀୟ ରାଜନୀତିକୁ ନିଜ ଅକ୍ତିଆରରେ ରଖିଥିଲେ । ଗୋବିନ୍ଦଙ୍କ ବାପା କେଶବ ସାହୁ ଜଣେ ଗଛ ବେପାରୀ ଥିଲେ । ଏହି ସମୟରେ ସ୍ଥାନୀୟ ଲୋକଙ୍କୁ ‌ପ୍ରଲୋଭିତ ଓ ଭୟଭୀତ କରି ସେ ୧୦ରୁ ୧୫ ଏକର ଜମି ହାତେଇ ଥିଲେ। ଗୋବିନ୍ଦଙ୍କ ତିନୋଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। କେହି ମଧ୍ୟ ବିବାହ କରିନାହାନ୍ତି । ଗୋବିନ୍ଦ ସାହୁ ‌କଲମପୁରରେ ବିବାହ କରିଛି । ଏହି ଘଟଣା ପରେ ପରିବାର ଲୋକ କଲମପୁରରେ ଯାଇ ରହୁଛନ୍ତି । ବର୍ତ୍ତମାନ ଏହି ଘଟଣା ପରେ ପରିବାର କଲମପୁରରେ ଯାଇ ରହୁଛନ୍ତି ।