ଚଳନ୍ତା ସ୍କୁଟିକୁ ଧକ୍କା ଦେଲା ଜେସିବି । ୧୦ ଫୁଟ ଖାଲକୁ ଖସିଲା ଉଭୟ ଜେସିବି ଓ ସ୍କୁଟି, ମା’ ଓ ଝିଅ ଆହତ । 

146

କନକ ବ୍ୟୁରୋ :  ସ୍କୁଟି ଉପରେ ଚଢିଗଲା ଜେସିବି । ଅନୁଗୁଳ ଥାନା ବଆଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ବ୍ରିଜ ଠାରୁ ୧୦୦ମିଟର ଦୂରରେ ଏକ ଚଳନ୍ତା ସ୍କୁଟି ଉପରକୁ ଚଢ଼ିଗଲା ଜେସିବି ମେସିନ। ମିଳିଥିବା ସୂଚନା ଅନୁଯାୟୀ  ସକାଳ ୬.୩୦ମିନିଟ ସମୟରେ କୁକୁଡ଼ାଙ୍ଗରୁ ତାଳଚେର ଅଭିମୁଖେ  ଯାଉଥିବା  ସ୍କୁଟି ପଛରୁ ଦ୍ରୁତ ଗତିରେ  ଆସୁଥିବା ଏକ ଜେସିବି ମେସିନ ସ୍କୁଟିରେ ଯାଉଥିବା ମା ଝିଅ ଙ୍କୁ ଧକ୍କା ଦେଇ ରାସ୍ତାକଡ଼ରେ ଏକ ୧୦ଫୁଟ ଖାଲ ବିଲ ମଧ୍ୟରେ ଓଲିଟି ପଡ଼ିଥିଲା।

ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସରେ ଅନଗୁଳ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ଦୁର୍ଘଟଣାରେ ମାଙ୍କର ମୁଣ୍ଡରେ ଗଭୀର ଆଘାତ ହୋଇଥିବା ବେଳେ  ଝିଅଙ୍କର ହାତ ଗୋଡ଼ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ଜେସିବି ମେସିନର ଡ୍ରାଇଭରକୁ ଅକାରଣରେ ଦ୍ରୁତ ଗତିରେ ଯାତାୟାତ କରୁଥିବା ସାଙ୍ଗକୁ ବେପରୁଆ ଗାଡ଼ି ଚାଳନା ପାଇଁ ବହୁବାର ତାଗିଦ ମଧ୍ୟ କରାଯାଇଛି।

Comments are closed.