କନକ ବ୍ୟୁରୋ : ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ସସପେଣ୍ଡ୍ । ବରିଷ୍ଠ ବିଜେଡି ନେତା ତଥା କୋରାପୁଟ ଜିଲ୍ଲା ବିଜେଡି ସଭାପତି ଜୟରାମ ପାଙ୍ଗୀଙ୍କୁ ଆଜି ଦଳରୁ ନିଲମ୍ବନ କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଜୟରାମଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବନ ସଂପର୍କରେ ବିଜୁ ଜନତା ଦଳର ସଂପାଦକ ପ୍ରିୟଦର୍ଶୀ ମିଶ୍ର ସୂଚନା ଦେଇଛନ୍ତି । ଦଳ ବିରୋଧି କାର୍ଯ୍ୟ ପାଇଁ ଜୟରାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି ।
ମହଙ୍ଗା ପଡିଲା ବିଦ୍ରୋହ ! କୋରାପୁଟ ଜିଲ୍ଲା ବିଜେଡି ସଭାପତି ଜୟରାମ ପାଙ୍ଗୀ ଦଳରୁ ନିଲମ୍ବିତ
/kanak/media/post_attachments/wp-content/uploads/2017/03/vlcsnap-2017-03-12-21h03m04s880-1.png)