କନକ ବ୍ୟୁରୋ: ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଏଆଇସିସି । କୋରାପୁଟ ପାଇଁ ପୂର୍ବରୁ ବିଜେଡ଼ି ଟିକେଟ୍ ଘୋଷଣା କରିଥିବା ବେଳେ କଂଗ୍ରେସ ଘୋଷଣା କରିଛି ପ୍ରାର୍ଥୀ । ଅନ୍ୟପଟେ ବିଜେପି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି। ତେବେ ତିନି ଦଳର ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିବା ପରେ ସରଗରମ ହୋଇଉଠିଛି କୋରାପୁୁଟ ରାଜନୀତି ।
କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲ୍ଲାକାଙ୍କୁ କଂଗ୍ରେସ ଠିଆ କରିଥିବା ବେଳେ କୌଶଲ୍ୟା ହିକ୍କାଙ୍କୁ ବାଛିଛି ବିଜେଡି ଏବଂ ପରସ୍ପରକୁ ଟକ୍କର ଦେବାକୁ ବିଜେପି ଜୟରାମ ପାଙ୍ଗିଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ତେବେ ଏହି ଆସନରେ ମହିଳା କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ । ବିଜେଡି ସାଂସଦ ଝିହ୍ନ ହିକ୍କାଙ୍କ ପତ୍ନୀଙ୍କୁ ଟିକେଟ ଦେଇଛନ୍ତି ନବୀନ ପଟ୍ଟନାୟକ । କଂଗ୍ରେସ ପୂର୍ବତନ ସାଂସଦ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅକୁ ଟିକେଟ୍ ଦେଇଛି ଦଳ । ରାମଚନ୍ଦ୍ର ଉଲ୍ଲାକା ଏହି ଆସନରୁ ଦୁଇ ଦୁଇ ଥର ସାଂସଦ ହୋଇଛନ୍ତି ।
ସେହିପରି ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କୁ ଟିକେଟ ଦେଇଛି ବିଜେପି । ଜୟରାମ ବିଜେପିରେ ଯୋଗଦେବା ପୂର୍ବରୁ ବିଜେଡି ଟିକେଟରେ ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ କୋରାପୁଟ ସଂସଦୀୟ କ୍ଷେତ୍ରର କେବଳ ବଡ ଚେହେରା ହେଉଛନ୍ତି ଜୟରାମ ପାଙ୍ଗୀ । ଯିଏକି ପୂର୍ବରୁ ବିଜୁ ଜନତା ଦଳର ଟିକେଟରୁ ସାଂସଦ ହିସାବରେ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟ ପାର୍ଟି ଟିକେଟ ନଦେବାକୁ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ତେବେ ଜୟରାମଙ୍କୁ ବିଜେପି ଟିକେଟ ଦେଇ ମଇଦାନକୁ ଓହ୍ଲାଇଛି । ତେଣୁ ଏହି ଆସନରେ କଡା ମୁକାବିଲା ହେବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2019/03/KORAPUT-1.jpg) 
                            
                        
                            
                            /kanak/media/post_attachments/wp-content/uploads/2019/03/vlcsnap-2019-03-23-10h39m11s832-300x240.png)
/kanak/media/post_attachments/wp-content/uploads/2019/03/vlcsnap-2017-05-09-11h23m58s189-720x430-300x179.jpg)