ସୁନାବେଡା +୨ କଲେଜ ଅଧ୍ୟକ୍ଷ ଗିରଫ ହେବା ଘଟଣାରେ ନୂଆମୋଡ । ଅଧ୍ୟକ୍ଷଙ୍କ ସପକ୍ଷରେ ବାହାରିଲେ ଛାତ୍ରୀ

45

କନକ ବ୍ୟୁରୋ: ମହିଳା ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗରେ କୋରାପୁଟ ଜିଲ୍ଲା ସୁନାବେଡା ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଗିରଫ ଘଟଣା ନୂଆମୋଡ ନେଇଛି । ଅଧ୍ୟକ୍ଷଙ୍କ ସପକ୍ଷରେ ବାହାରିଛନ୍ତି ଶତାଧିକ ଛାତ୍ରୀ । ଅଧ୍ୟକ୍ଷ ପବିତ୍ର ମୋହନ ନିର୍ଦ୍ଦୋଷ ତାଙ୍କୁ ଫସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ଶତାଧିକ ଛାତ୍ରୀ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ପୀଡିତା କହିଛନ୍ତି, ଅଧ୍ୟକ୍ଷ ଜଣେ ନାରୀର ସମ୍ମାନ ସହ ଖେଳିଛନ୍ତି, ତାଙ୍କୁ ଦଣ୍ଡ ମିଳିବା ଜରୁରୀ । ମହିଳା କର୍ମଚାରୀଙ୍କୁ ନ୍ୟାୟ ପାଇଁ ଜୟପୁର ବିଧାୟକ ତାରା ବାହିନିପତି ମଧ୍ୟ ସ୍ୱର ଉଠାଇଛନ୍ତି ।