କନକ ବ୍ୟୁରୋ : ଚିନ୍ତାରେ ପଡିଛି ଚାଷୀକୁଳ । କୋରାପୁଟ ଜିଲ୍ଳାର ବରିପୁଣ ପଚାଂୟତରେ ୨୫୦ ହେକ୍ଟର ଜମିରେ ଏବେ ପାଣି ମାଡ଼ୁନି । ବିଭାଗୀୟ ଅଧିକାରୀଙ୍କ ମନମାନି ଏବେ ଅନେକ ଚାଷୀଙ୍କ ଚିନ୍ତା ବଢାଇଛି । ଜଳ ସେଚନ ବିଭାଗ ବିନା ସୁଚନାରେ ଡ଼୍ୟାମଠାରୁ ମାତ୍ର ଅଧ କିଲୋମିଟର ଦୁରରେ ଥିବା ଜମିକୁ ପାଣି ଦେବା ବନ୍ଦ କରି ଦେଇ ୨୪ କିମି ଦୁରରେ ଥିବା ଜମିକୁ ଯୋଗାଉଛନ୍ତି ପାଣି । ଏହା ପୁର୍ବରୁ ପାଣି ଯୋଗାଇଥିଲେ । ଚାଷୀ ଚାଷ ଆରମ୍ଭ କରିଥିଲା, ହଠାତ ଧାନ ଗଜା ହେବା ପରେ ପାଣି ଯୋଗାଣ ବନ୍ଦ କରିଦେଲେ ଯାହାକୁ ନେଇ ଚାଷୀ ମହଲରେ ଉତେଜନା ଦେଖାଦେଇଛି ।

Advertisment

ଚଳିତ ବର୍ଷ ପାଣିକୁ ଭାଗ ବଟାଂ କରି ଯୋଗାଇବା ପାଇଁ ଜଣାଯାଇଥିଲା । ତେଲେଙ୍ଗିର ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଚାଷୀ ୪ ଦିନ ବ୍ୟବଧାନରେ ପାଣି ପାଇବେ । ଅଧାଚାଷୀ ୪ ଦିନ ଆଉ ଅଧା ଚାଷୀ ଆଉ ୪ ଦିନ । କିନ୍ତୁ ତାହା କାଗଜ କଲମରେ ସୀମିତ ରଖିଛନ୍ତି ଅଧିକାରୀ । ସେପଟେ ସମସ୍ତଙ୍କୁ କିପରି ପାଣି ମିଳିବ ତାକୁ ଅନୁଧ୍ୟାନ କରାଯାଉଛି ବୋଲି ଅଧିକାରୀ କହିଛନ୍ତି ।

ଖରା ବଢୁଥିବାବେଳେ ଚିନ୍ତା ମଧ୍ୟ ବଢିଚାଲିଛି । ତେବେ ଆଗକୁ ବିଭାଗୀୟ ଅଧିକାରୀ କିପରି ପାଣି ଭାଗ ବଟାଂ କରୁଛନ୍ତି ତାକୁ ସମସ୍ଥଙ୍କ ଅପେକ୍ଷା ।