ମୃତ୍ୟୁ ଆସେ ଏମିତି! ସାମ୍ନାକୁ ଆସିଲା ଜୟପୁର କାର ଦୁର୍ଘଟଣା ପୂର୍ବର ଚିତ୍ର: ନାଳ ଭିତରେ କାର ଖସିଯିବାରୁ ହୋଇଥିଲା ଜଣକର ମୃତ୍ୟୁ, ଉଦ୍ଧାର ହୋଇଥିଲେ ୩ ଜଣ

ସେପଟେ, ଘନ କୁହୁଡ଼ି ଯୋଗୁଁ ମୋହନାରେ ଟୁରିଷ୍ଟ ବସ୍ ଓଲଟି ଜଣେ ମୃତ, ୫ ଆହତ

137

କନକ ବ୍ୟୁରୋ: ମୃତ୍ୟୁ ଆସେ ଏମିିତି  । ଗତକାଲି ଜୟପୁରରେ କୋନାଲକୁ ଖସିପଡିଥିଲା କାର । ଏଥିରେ ଜଣେ ପ୍ରାଣ ହରାଇଥିଲେ । ୨ ଜଣ ଉଦ୍ଧାର ହୋଇଥିଲେ ।  ଏବ ଆସିଛି ଦୁର୍ଘଟଣା ପୂର୍ବର ସିସିଟିଭି ଫୁଟେଜ ।  ଯେଉଁ ବ୍ୟକ୍ତିମାନେ କାରରେ ବସିଥିଲେ ସେମାନଙ୍କ ପୂର୍ବର ଚିତ୍ର ସାମ୍ନାକୁ ଆସିଛି । ଗତକାଲି ଜୟପୁର ସହର ନିକଟ ହାତୀଶାଳ କେନାଲରେ ଏହି ଦୁର୍ଘଟଣା ଘଟିଥିଲା  । ଦ୍ରୁତ ଗତିରେ ଆସୁଥିବା ଏହି କାରଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଗଲା । କାରରେ ବସିଥିବା ୨ଜଣ ବ୍ୟକ୍ତି ପହଁରି ପହଁରି କୂଳକୁ ଆସିଯାଇଥିଲେ ।

ଅନ୍ୟପଟେ, ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା । ପିକନିକରୁ ଘରକୁ ଫେରୁଥିବା ବେଳେ ଓଲଟିଲା ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଗଜପତି ଅଡ଼ବା ଥାନା ରାଇପଙ୍କା ଠାରେ ପିକନିକ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ । କୋରାପୁଟ ଗୁପ୍ତେଶ୍ୱର ପୀଠରୁ ଭୁବନେଶ୍ୱର ଫେରୁଥିବା ବେଳେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣା ସ୍ଥଳରେ ଦମକଳ ବାହିନୀ ପହଂଚି ଆହତ ଲୋକଙ୍କ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ଦୁର୍ଘଟଣା ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ହେଉଛନ୍ତି ସୁନିଲ ସାହୁ । ତାଙ୍କ ଘର ଭୁବନେଶ୍ୱରରେ ।