କନକ ବ୍ୟୁରୋ : ଜୟପୁରରେ ଏକ ରାଇସ୍ ମିଲର ମାଲିକ ରମେଶ ପାତ୍ରଙ୍କୁ ଗତକାଲି ଠାରୁ ଅପହରଣ କରାଯାଇଛି । ଏନେଇ ରମେଶଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ମୁତାବକ ରମେଶ ଘରକୁ ଫେରିବା ବେଳେ ପେରହଣ୍ଡି ଗ୍ରାମ ନିକଟରେ ତାଙ୍କୁ କେହି ଅପହରଣ କରିନେଇଛନ୍ତି । ଏନେଇ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଛନ୍ତି । ପରିବାର ଲୋକେ କହିଛନ୍ତି କି, ଅପହରଣକାରୀ ପରିବାର ଲୋକଙ୍କୁ ଫୋନ କରି ୭୦ ଲକ୍ଷ ଟଙ୍କା ଦାବି କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ କେଉଁ କାରଣରୁ ରମେଶଙ୍କୁ ଅପହରଣ କରାଯାଇଛି ସେନେଇ ପରିବାର ଲୋକେ କିଛି ସ୍ପଷ୍ଟ କରିନାହାଁନ୍ତି ।