କନକ ବ୍ୟୁରୋ : ଟାଟା କମ୍ପାନୀର ସ୍ମାର୍ଟ ମିଟରକୁ ବାସନ୍ଦ କଲା ଜୟପୁର ପୌର ପାଳିକା । ସହରରେ ବସିବନି ଏହି ମିଟର । ସ୍ମାର୍ଟ ମିଟର ନାମରେ ଜନସାଧାରଣଙ୍କୁ ଠକୁଛି କମ୍ପାନି । ଜୟପୁର ପୌର ପରିପାଳିକାର ଅନୁଷ୍ଠିିତ କାଉନସିଲରଙ୍କ ବୈଠକରେ ଏହାକୁ ବିରୋଧ କରାଯାଇଛି । ଜୟପୁର ପୌରପାଳିକାର ସମସ୍ତ କାଉନସିଲରଙ୍କୁ ନେଇ ବିଧାୟକ ତାରା ବାହନିପତିଙ୍କ ନେତୃତ୍ୱରେ ଚାଲିଥିବା ଏହି ବୈଠକରେ ସ୍ମାର୍ଟ ମିଟର ନବସାଇବା ପାଇଁ ହୋଇଛି ନିଷ୍ପତି । ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଡ଼ାକି ତାଗିତ କରିବା ସହ ସହରରେ ନଲଗାଇବା ପାଇଁ ପୌରପାଳିକା ନିଷ୍ପତି ନେଇଥିବା ବିଭାଗୀୟ ଅଧିକାରୀଙ୍କୁ ଜଣାଇଦିଆଯାଇଛି । ଟାଟା ବିଦ୍ୟୁତ ବିଭାଗର ସ୍ମାର୍ଟ ମିଟର ଏବେ ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । କେଉଁଠି ଅଧିକା କଂରେଟ ବିଲ ଆସୁଛି ତ ଆଉ କେଉଁଠି ମୋଟା ବିଲ ପହଚିଂ ଯାଉଛି । ଯେଉଁଠି କମ୍ ନେଟୱାର୍କ ଆସୁଛି ଆଉ ଯେଉଁଠି ଆଦø ମୋବାଇଲ ନାହିଁ ସେହି ଘର ମାନଙ୍କରେ ଲାଗୁଛି ଏହି ମିଟର । ଯାହାକୁ ବିରୋଧ କରୁଛନ୍ତି ସାହି ବାସିନ୍ଦା ।
ଟାଟା କମ୍ପାନୀର ସ୍ମାର୍ଟ ମିଟରକୁ ବାସନ୍ଦ । ଜନସାଧାରଣଙ୍କୁ କମ୍ପାନୀ ଠକୁଥିବା ଅଭିଯୋଗ, ଜୟପୁର ପୌର ପାଳିକା ବୈଠକରେ ନିଷ୍ପତି
/kanak/media/post_attachments/wp-content/uploads/2024/03/15-1.jpg)