କନକ ବ୍ୟୁରୋ : ମୁଖ୍ୟ ରାସ୍ତାକୁ ଲାଗି ଭଙ୍ଗା ଦଦରା ଏକ ବଖରା ଘର । ମଶିଣା ଉପରେ ବସିଥିବା ଏହି ବୃଦ୍ଧ ହେଉଛନ୍ତି ଜୟପୁର ପାରାବେଡା ସାହିର ପୂର୍ବତନ କାଉନସିଲର ଗୁପ୍ତ ପୂଜାରୀ । ସଂପତି କହିଲେ ଏହି ବଖରା, ଭଙ୍ଗା ଖଟ ଓ ମଶାରୀ । ଦିନ ଥିଲା ଲୋକଙ୍କ ଅଧିକାର ପାଇଁ ବାବୁ, ଅଧିକାରୀଙ୍କ ସହ ଲଢୁଥିଲେ । କିନ୍ତୁ ପରିଣତ ବୟସରେ ମଧ୍ୟ ସେ ମୌଳିକ ଅଧିକାରରୁ ସେ ବଂଚିତ । ପରିବାରର ସମସ୍ତଙ୍କ ଦେହାନ୍ତ ହେବା ପରେ ବଡ ଭଉଣୀଙ୍କ ଦୟାରେ ତାଙ୍କ ପେଟକୁ ମୁଠାଏ ଦାନା ମିଳୁଛି ।

Advertisment

ଗୁପ୍ତ ପୂଜାରୀଙ୍କ ବୟସ ୬୦ ଟପିଲାଣି କିନ୍ତୁ ମିଳୁନି ବାର୍ଦ୍ଧକ୍ୟ ଭତା । ରାସ୍ତା ସଂପ୍ରସାରଣ ପାଇଁ ପ୍ରଶାସନ ଘରକୁ ଭାଙ୍ଗିଦେଲା । ଗୋଟିଏ କଠୋରୀରେ ଦୟନୀୟ ଭାବେ ରହୁଥିବା ଗୁପ୍ତଙ୍କୁ ସରକାରୀ ପକ୍କା ଘର ଖଣ୍ଡେ ମଧ୍ୟ ମିଳିପାରିଲାନାହିଁ । ଆଧାର କାର୍ଡ ନଥିବାରୁ ଗୁପ୍ତ ପୂଜାରୀଙ୍କୁ କୌଣସି ସରକାରୀ ସୁବିଧା ମିଳୁନଥିବା କହିଛନ୍ତି ପଡୋଶୀ ।

ପରିତାପର କଥା ହେଉଛି, ଜନପ୍ରତିନିଧି ଭାବେ ଲୋକଙ୍କ ଅଧିକାର ଓ ନ୍ୟାୟ ପାଇଁ ଲଢିଇ କରିଥିବା ପୂର୍ବତନ କାଉନସିଲରଙ୍କୁ କେହି ସହଯୋଗ କରିବାକୁ ଆଗେଇ ଆସୁ ନାହାନ୍ତି ।