୨୦୨୪ ନିର୍ବାଚନ ପୂର୍ବରୁ ସରଗରମ ହେଉଛି ଜୟପୁର ରାଜନୀତି। ପାରମ୍ପରିକ ପ୍ରତିଦ୍ୱନ୍ଦୀ ତାରା ବାହିନୀପତି ଓ ରବି ନନ୍ଦଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା ।

୨୦୨୪ ନିର୍ବାଚନ ପୂର୍ବରୁ ସରଗରମ ହେଉଛି ଜୟପୁର ରାଜନୀତି। ପାରମ୍ପରିକ ପ୍ରତିଦ୍ୱନ୍ଦୀ ତାରା ବାହିନୀପତି ଓ ରବି ନନ୍ଦଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା ।

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ସଜବାଜ ହେଲେଣି ସବୁ ଦଳ। କାନ୍ଥବାଡ଼ରେ ଶୁଭେଚ୍ଛାର ବାର୍ତା ଦେଇ ପୋଷ୍ଟର ମରାଗଲାଣି । ଏକାଧିକ ପ୍ରତିନିଧିଙ୍କ ଛବି ଏବେ ଦେଖିବାକୁ ମିଳୁଛି କୋରାପୁଟ ଜିଲ୍ଳାରେ । ହେଲେ ପ୍ରତିଦ୍ୱନ୍ଦିତାରେ କିଏ ଆସିବ ତାହା ତ ପଛରେ ଜଣାପଡ଼ିବ କିନ୍ତୁ ଏବେ ଠାରୁ ପ୍ରତ୍ୟେକ ରାଜନୈତିକ ଦଳର ଅଙ୍କ କଷା ଆରମ୍ଭ ହୋଇଛି । କୋରାପୁଟ ଜିିଲ୍ଳାର ୫ଟି ନିର୍ବାଚନମଣ୍ଡଳିରେ କିଏ କେତେ ଆସନ ପାଇବ, କଣ କହି ଲୋକଙ୍କୁ ଭୋଟ ମାଗିବେ ତାଲିକା ପ୍ରସ୍ତୁତ କରୁଛନ୍ତି ପ୍ରତେକ ରାଜନୈତିକ ଦଳ । ନିର୍ବାଚନ ପାଖେଇ ଆସିଲେ ଉଷ୍ମତା ବଡ଼ିଯାଏ । ନେତାଙ୍କ ବୈଠକ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ।

ଆଗାମୀ ୨୦୨୪ ରେ କାହା ଉପରେ କଳସ ଢ଼ାଳିବେ ଭୋଟର ତାକୁ ନେଇ ଏବେଠାରୁ ନେତାଙ୍କ ଚିନ୍ତା ବଢ଼ାଇଲାଣି । ୨୦୧୯ରେ କୋରାପୁଟ ଜିଲ୍ଳାର ୫ଟି ନିର୍ବାଚନମଣ୍ଡଳିରେ କୋଟପାଡ଼, ଲକ୍ଷ୍ମୀପୁର, କୋରାପୁଟ ଓ ପଟାଙ୍ଗୀରେ ବିଜେଡି ବାଜିମାତ କରିଥିବା ବେଳେ କେବଳ ସାଧାରଣ ବର୍ଗ ପାଇଁ ରହିିଥିବା ଜୟପୁର ନିର୍ବାଚନମଣ୍ଡଳି କଂଗ୍ରେସ ହାତକୁ ଯାଇଥିଲା । ଏବେ ସ୍ଥିତିରେ ବଦଳିବା ନେଇ ସବୁଠି ଚର୍ଚ୍ଚା ଜୋର ଧରିଥିବା ବେଳେ ଜୟପୁର ନିର୍ବାଚନ ମଣ୍ଡଳିରେ ପୁଣି ରବି- ତାରାଙ୍କୁ ରାଜନୈତିକ ଲଢ଼େଇ ଦେଖିବାକୁ ମିଳିବା ନେଇ ଚର୍ଚ୍ଚା ଯୋର ଧରିଛି । ଆଗାମୀ ନିର୍ବାଚନରେ ବିଆରଏସ ଓ ଆମ ଆଦମୀ ପାର୍ଟି ବି ନିର୍ବାଚନ ଲଢ଼ିବାକୁ ନେଇ ଦଳର ଉପସ୍ଥିତି ଜାହିର କଲେଣି । ବିଜେପି ନେତା କହିଛନ୍ତି ଠିକ ସମୟରେ ନେତା ବାହାରିବେ ଆଉ ଭୋଟର ବିଜେପିକୁ ଭୋଟ ଦେବେ ଆଉ ରାଜ୍ୟରେ ବିଜେପି ସରକାର ଗଢ଼଼ିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe