ୱେବସାଇଟ ବନ୍ଦ କାରଣରୁ ଧାନ ବିକ୍ରି ବନ୍ଦ । ମଣ୍ଡିରେ ପଡି ରହିଲା ୧୧ହଜାର କ୍ୱିଂଟାଲରୁ ଅଧିକ ଧାନ : ମିଲରକୁ ମିଳିଲାନି ଟ୍ରାନ୍ସପୋର୍ଟ ପାସ୍

ରାଜ୍ୟ ସରକାରଙ୍କ ୱେବସାଇଟ ବନ୍ଦ କାରଣରୁ ମଣ୍ଡିରୁ ଉଠିପାରିଲାନି ଧାନ

86

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ୱେବସାଇଟ ବନ୍ଦ କାରଣରୁ ମଣ୍ଡିରୁ ଉଠିପାରିଲାନି ଧାନ । ଜୟପୁରରେ ଥିବା ମଣ୍ଡିରେ ଘଟିଛି ଏହି ଘଟଣା । ପ୍ରାୟ ୧୧ ହଜାର କ୍ୱିଂଟାଲ ଧାନ ମଣ୍ଡିରେ ପଡି ରହିଛି । ଆଉ ଚାଷୀମାନେ ପାଳି କରି ମଣ୍ଡିରେ ଦିନ ରାତି ଜଗି ରହିଛନ୍ତି ଧାନକୁ । ଦିନେ ନୁହେଁ କି ଦୁଇଦିନ । ଦୀର୍ଘ ୩ ସପ୍ତାହ ହେଲା ମଣ୍ଡିରେ ପଡିରହିଛି ଧାନ । ମଣ୍ଡିରୁ ଧାନ ଉଠାଇବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅନ୍ୟପଟେ ମଣ୍ଡିରେ ପଡି ରହିଥିବା ଧାନ ବର୍ଷାରେ ଭିଜୁଛି ।

ଚାଷୀ ସିଏସଓ, ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଗୁହାରି କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନି । ବର୍ଷା ଲାଗିରହିଥିବାରୁ ମଣ୍ଡିରେ ଥିବା ଧାନ ଭିଜି ନଷ୍ଟ ହେବାକୁ ବସିଲାଣି । ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରୟ ହୋଇନପାରି ଖୋଲା ଆକାଶ ତଳେ ପଡିଥିବା ଦେଖି ଚାଷୀର ଚିନ୍ତା ବଢିଯାଇଛି । ଅନ୍ୟପଟେ ୩୦ ତାରିଖ ୧୧ଟା ସୁଦ୍ଧା ସରକାରଙ୍କ ୱେବସାଇଟ ବନ୍ଦ କରିଦିଆଯାଇଥିବାରୁ ପରିବହନ ପରମିଟ ବାହାରି ପାରୁନି । ଏଥିପାଇଁ ଚାଷୀଙ୍କ ଧାନ ଉଠିପାରୁନଥିବା କହିଛନ୍ତି ଚାଷୀ ।