କନକ ବ୍ୟୁରୋ : ଜୟପୁର ବୋରିଗୁମ୍ମାରେ ଟ୍ରକ୍- ବାଇକ ମୁହାଁମୁହିଁ ଧକା । ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲାଗିଯିବାରୁ ଉଭୟ ବାଇକ୍ ଓ ଟ୍ରକ୍ ଜଳିଯାଇଛି । ସୂଚନା ଅନୁଯାୟୀ ବୋରିଗୁମ୍ମା ଅଭିଯୋଗୁ ଏକ ଟ୍ରକ ଆସୁଥିବାବେଳେ ଆଗପଟୁ ଦୁଇ ଜଣ ଯୁବକ ବାଇକରେ ଆସୁଥିଲେ । ଏହି ସମୟରେ ଅଚାନକ ବସ୍ ବାଇକ ଓ ଟ୍ରକ ମୁହାଁମୁହିଁ ଧକା ହୋଇଥିଲା ।
ବାଇକଟି ଟ୍ରକ ଭିତରକୁ ପଶି ଯାଇଥିଲା । ଫଳରେ ଟ୍ରକରେ ନିଆଁ ଲାଗି ଯାଇଥିଲା ଏବଂ ବାଇକରେ ଥିବା ଦୁଇ ଯୁବକ ଗୁରୁତର ହୋଇଥିଲେ । ଦୁର୍ଘଟଣାସ୍ଥଳରେ କୋଟପାଡ ଦମକଳବାହିନୀ ଓ ବୋରିଗୁମ୍ମା ପୋଲିସ ପହଁଚି ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ବୋରିଗୁମ୍ମା ହସ୍ପପିଟାଲରେ ଭର୍ତି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/88-7.jpg)