କନକ ବ୍ୟୁରୋ : କଳାହାଣ୍ଡିରେ ଥମୁନି ଦାଦନ ଯନ୍ତ୍ରଣାର କାହାଣୀ । ମାଳ ମାଳ ଯୋଜନା ଭିତରେ ହଜିଯାଉଛନ୍ତି ଏହି ଦାଦନ । ପରିବାର ପେଟ ପାଟଣା ପାଇଁ ବାହାରକୁ ଯାଉଛନ୍ତି । ଆଉ ସେଠି ଅକଥନୀୟ ନିର୍ଯାତନା ନେଉଛିି ଦାଦନଙ୍କ ଜୀବନ । ସେମିତି ଏକ ଘଟଣା ଘଟିଛି ଜୟପାଟଣା ଗାନ୍ଧିଗ୍ରମାପଡାରେ । ଗାଁର ଜଗନ୍ନାଥ ପଟେଲ ଦାଦନ ଖଟିବାକୁ ଯାଇଥିଲେ ହାଇଦ୍ରାବାଦ । ଆଉ ସେଠାରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତେବେ ଠିକାଦାର ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଛାଡି ଚାଲିଯାଇଥିଲା । ପରେ ତାଙ୍କ ମୃତଦେହ ଗାଁକୁ ଫେରିଛି ।
ମୃତଦେହଫେରିବା ପରେ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ତେବେ ପରିବାରରେ ପତ୍ନୀ ସହିତ ତିନି ଛୁଆଙ୍କ ପ୍ରତିପାଷଣ କିଭଳି ହେବ । ଏନେଇ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ସହଯୋଗ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।
ପ୍ରତିଥର ଦାଦନ ଯୋଗୁ ମୃତ୍ୟୁମୁଖରେ ପଡୁଛନ୍ତି ଅନେକ ଗରିବ । ଗାଁରୁ ପେଟ ପାଟଣା ପାଇଁ ଚାଲିଯାଉଛନ୍ତି ସୁଦୂର ଇଲାକାକୁ ଆଉ ସେଠାରେ ତାଙ୍କର ନିର୍ଯାତନାର କାହାଣୀ ଶେଷ ହୋଇପାରୁନି । ଏହି ଗରିବ ଅସହାୟଙ୍କ ପତି ଗୁରୁତ୍ୱ ଦିଆଯାଇ ସହଯାଗ କରାଯିବା ଜରୁରୀ ହୋଇପଡିଛି ।