କନକ ବ୍ୟୁରୋ : ୫-ଟିକୁ ନେଇ ପୁଣି ପ୍ରଶ୍ନବାଣ ମାରିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ୫-ଟିକୁ ନେଇ ଗୃହରେ ହୋ-ହଲ୍ଲା ପରେ ଗୃହ ବାହାରେ ଜୟନାରାୟଣ କହିଛନ୍ତି, ୫-ଟିକୁ ନେଇ ପ୍ରଶ୍ନ କରିବା ମାତ୍ରେ ଶାସକ ଦଳର ନେତା କେଉଁ ଦିଗକୁ ଏହାକୁ ନେଉଛନ୍ତି ତାହା ମୁଁ ଜାଣିପାରୁନି । ଶାସକ ଦଳର ନେତା କହୁଛନ୍ତି, ୫-ଟି ହେଉଛି ବିଚାରଧାରା ଏବଂ ଚିନ୍ତାଧାରା । ଏବେ କହିଲେଣି ସିଏମଓ । ୫-ଟି ସିଏମଓ କେମିତି ହେବ? ଗୋଟେ ବିଚାରଧାରା ସିଏମଓ କେମିତି ହେବ? ମୁଖ୍ୟମନ୍ତ୍ରୀଙ୍କର ଯଦି ସେ ସଚିବ ତେବେ ସେ ସିଏମଓର କର୍ମଚାରୀ ହୋଇପାରନ୍ତି, ସିଏମଓ କେମିତି ହୋଇଯିବେ?
ସେହିଭଳି ନବରଙ୍ଗପୁରରେ ଶାସକ ଦଳର ବିଧାୟକ କହିଲେ ସେ କ୍ରୀତଦାସ । ଉକ୍ତ ସ୍ଥାନରେ ସେ ଦ୍ୱାରପାଳ ହୋଇଥିଲେ । ଜଣେ ବିଧାୟକ ନିଜର ସମ୍ମାନ ରକ୍ଷା କରିବାର ଆବଶ୍ୟକତା ରହିଛି । ତାଙ୍କ ବାପା ସ୍ୱାଭିମାନର ପ୍ରତୀକ ଥିଲେ । ସେ ଯେଉଁଭଳି ନିଜକୁ କ୍ରୀତଦାସ କହିଲେ ତାହା ଗ୍ରହଣଯୋଗ୍ୟ ନୁହେଁ । ବିରୋଧୀ ଦଳ କାହାର କ୍ରୀତଦାସ ନୁହେଁ, ଆମେ ଲୋକଙ୍କର ପ୍ରତିନିଧି । ଲୋକଙ୍କର କଥା ଆମେ ଉଠାଇବୁ, ତାହା ହେଲେ ଆମେ କ୍ରୀତଦାସ କେମିତି ହେବୁ । କ୍ରୀତଦାସ ପ୍ରଥା ଭାରତ ବର୍ଷରୁ କେବେଠାରୁ ଉଠି ଗଲାଣି । ବିଶ୍ୱରୁ ଉଠିଗଲାଣି । ଗୋତି ପ୍ରଥା, କ୍ରୀତଦାସ ପ୍ରଥା କେବେଠୁ ଉଠି ଗଲାଣି । ସେ କେମିତି କ୍ରୀତଦାସ କଥା ଉଠାଇଲେ ଏ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲି ଯାହା ଅଧା ରହିଯାଇଛି । ସେମାନେ ଜାଣିଥିଲେ ଏହି ପ୍ରସଙ୍ଗ ଉଠିବ ତେଣୁ ଚାଉଳର କଥା ଉଠାଇଲେ । ସେଥିପାଇଁ ବାଧା ଦିଆଗଲା ।
ଜୟନାରାୟଣ କହିଛନ୍ତି ଶାସକ ଦଳ ଚାଉଳ ଦେଉଥିଲେ, ତାଙ୍କୁ ଚାଉଳ ଦେବାକୁ କିଏ ମନାକଲା । ବନ୍ୟା ବାତ୍ୟା ବେଳେ ରିଲିଫ୍ ଦିଆଯାଏ କିନ୍ତୁ ସବୁବେଳେ ଦିଆଯିବ ସେମିତି ମାନେ ନାହିଁ । କୋଭିଡ ଜନିତ ରିଲିଫ ଥିଲା ତାହା କମେଇକି ଦିଆଯାଉଛି । ଟଙ୍କିକିଆ ଚାଉଳ ଦେଉଛୁ ବୋଲି ଓଡିଶା ସରକାର ଯେଉଁ ଶ୍ରେୟ ନେବାକୁ ଚାହୁଁଥିଲେ ତାହା ଜାରି ରଖୁନାହାନ୍ତି କିଏ ବିରୋଧ କରୁଛି ତାଙ୍କୁ । ଏବେବି ଦିଅନ୍ତୁ ଅମର କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ଜୟନାରାୟଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/20-11.jpg)