କନକ ବ୍ୟୁରୋ : ବିବାଦରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଚରଣ । ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସମ୍ବଲପୁରରେ ବିଜେପି ପ୍ରତିବାଦ କରୁଛି । ଏହି ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୋଲିସ କର୍ମଚାରୀଙ୍କୁ ଧକ୍କା ମାରିଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀଙ୍କୁ ଅଟକାଉଥିବା ବେଳେ ଜୟନାରାୟଣ ମହିଳା ପୋଲିସଙ୍କୁ ଧକ୍କା ମାରୁଥିବାର ଦଖିବାକୁ ମିଳିଛି । ଶହ ଶହ ବିଜେପି କର୍ମୀଙ୍କ ପ୍ରତିବାଦ ଭିତରେ ମହିଳା ପୋଲିସ ଅଧିକାରୀଙ୍କୁ ଧକ୍କା ମାରିଛନ୍ତି ଜୟନାରାୟଣ । ଯାହାର ଭିଡ଼ିଓ ଏବେ କ୍ୟାମେରାରେ କଏଦ ହୋଇଛି ।

Advertisment

ଅନ୍ୟପଟେ ଜୟନାରାୟରଣ କହିଛନ୍ତି, ଆମେ ଆଇନ ଅମାନ୍ୟ ଆନ୍ଦୋଳନ କରୁଥିଲୁ । ଆଇନ ଅମାନ୍ୟ ଆନ୍ଦୋଳନରେ ସାଧାରଣ ଠେଲା ପେଲା ଚାଲେ । କିନ୍ତୁ ଧନୁପାଲ୍ଲୀ ଆଇଆଇସି ଜାଣିକରି ଆଗ ମୋତେ ଧକ୍କା ମାରିଲେ । ସେ ବହୁତ ଦୁର୍ନୀତି କାମରେ ସମ୍ପୃକ୍ତ । ତାଙ୍କୁ ପ୍ରଶ୍ନ କରିବାରୁ ସେ ଧକ୍କା ମାରୁଛନ୍ତି । ଯଦି ପୋଲିସ ବିରୋଧୀ ଦଳ ନେତାଙ୍କୁ ଧକ୍କା ମାରୁଛି ତାହା ହେଲେ ପୋଲିସର ଆଚରଣ କେମିତି ହୋଇଥାଇପାରେ ତାହା ଅନୁମାନ କରନ୍ତୁ । ସେ ପ୍ରଥମେ ଧକ୍କା ମାରିବା ପରେ ମୁଁ ତାଙ୍କୁ କହିଥିଲି ତୁମେ ଦୁର୍ନୀତିଗ୍ରସ୍ତ ଲୋକ । ତାହା ପରେ ପୁଣିଥରେ ଉତ୍ତେଜିତ ହୋଇ ସେ ମୋତେ ଧକ୍କା ମାରିଲେ । ଧନୁପାଲ୍ଲୀ ଥାନା ଏବେ ଡକାୟତି ସେଣ୍ଟରରେ ପରିଣତ ହୋଇଛି । ଓଡ଼ିଶା ପୋଲିସ ଆଇନ ଶୃଙ୍ଖଳାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରି ସାରିଛି । ମୁଁ ତାଙ୍କୁ ଚିହ୍ନିନାହିଁ, ସେ ମୋତେ ଧକ୍କା ମାରିବା ପରେ ମୁଁ ଜାଣିଲି । ମୁଁ ଯାହା କହୁଛି ତାଙ୍କୁ ବାଧୁଛି ବୋଲି ଏମିତି କରିଥିବେ ବୋଲି କହିଛନ୍ତି ଜୟନାରାୟଣ ।