ଅକ୍ସିଜେନ୍ ଯୋଗାଇ ଦେବାକୁ ଆଗେଇ ଆସିଲେ ଘରୋଇ ପ୍ଲାଣ୍ଟ ମାଲିକ : ଜୟପୁରରେ ଥିବା ଅକ୍ସିଜେନ୍ ପ୍ଲାଣ୍ଟ ମାଲିକଙ୍କ ଉଦ୍ୟମକୁ ପ୍ରଶଂସା

177

କନକ ବ୍ୟୁରୋ : ଅକ୍ସିଜେନ ଯୋଗାଇ ଦେବାକୁ ଆଗେଇ ଆସିଲେ ଘରୋଇ ପ୍ଲାଂଟ ମାଲିକ । ଜୟପୁରରେ ଥିବା ଏକ ଅକ୍ସିଜେନ ପ୍ଲାଂଟ ମାଲିକ କହିଛନ୍ତି ଜିଲ୍ଳା ପ୍ରଶାସନ ହୁଅନ୍ତୁ କି ସରକାର ଯଦି ଆବଶ୍ୟକ କରନ୍ତି, ସେ ଯୋଗାଇ ଦେବେ । ଏହି ପ୍ଲାଂଟର ପ୍ରତ୍ୟକ ଦିନ ୧୦ଟନ୍ ଅମ୍ଳଜାନ ଉତ୍ପାଦନ କ୍ଷମତା ରହିଛି । ବିଭିନ୍ନ ଶିଳ୍ପ ସଂସ୍ଥାକୁ ଏହି ପ୍ଲାଂଟ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦେଇଥାଏ । ଏହି ପ୍ଲାଂଟରେ ଗୋଟିଏ ଲାଇନରେ ୪୦ଟି ସିଲିଣ୍ଡର ରିଫିଲିଙ୍ଗ ହେଉଛି । ସମୟ ଲାଗୁଛି ମାତ୍ର ୨୫ ମିନିଟ୍ । ଯଦି ଆବଶ୍ୟକ ହେବ ୨ଶହ ପର୍ଯ୍ୟନ୍ତ ସିଲିଣ୍ଡର ଭରା ଯାଇପାରିବ ।