କନକ ବ୍ୟୁରୋ : ଗୁଣି ଗାରେଡି ସନ୍ଦେହରେ ଆଦିବାସୀ ଯୁବକଙ୍କ ଉପରେ ଅତ୍ୟାଚାର । ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ସହ ବୁଦା ମଧ୍ୟକୁ ଫିଙ୍ଗିଦେଲେ । ଗୁରୁତର ଯୁବକଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ୩ଜଣଙ୍କୁ ପୋଲିସ ଗିରଫ କରିଛି । କୋରାୁପଟ ନାରାୟଣପାଟଣାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଚିତ୍ର । ଗୁଣି ଗାରେଡି ସନ୍ଦେହରେ ଯୁଧିଷ୍ଠିର କୁନ୍ଦାରିଆ ନାମକ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ ମରାଯିବା ସହିତ ବୁଦା ମଧ୍ୟକୁ ଫୋପାଡି ଦିଆଯାଇଥିଲା । ଗତ ୪ତାରିଖରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଗୁଣି ଗାରେଡି ସନ୍ଦେହ, ଆଦିବାସୀ ଯୁବକଙ୍କ ଉପରେ ଅତ୍ୟାଚାର : ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ସହ ବୁଦା ମଧ୍ୟକୁ ଫିଙ୍ଗିଦେଲେ,୩ ଗିରଫ
/kanak/media/post_attachments/wp-content/uploads/2023/10/yhn-byhn.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)