କନକ ବ୍ୟୁରୋ : ମଦ ସପକ୍ଷରେ ଓକିଲାତି କଲେ ବିଜେଡି ନେତା । କୋରାପୁଟର ପୂର୍ବତନ ସାଂସଦ ତଥା କୋରାପୁଟ ଜିଲ୍ଲା ବିଜେଡି ସଭାପତି ମଦ ସପକ୍ଷରେ ଯୁକ୍ତି ବାଢିଛନ୍ତି । କହିଛନ୍ତି, ଲୋକେ ମଦ ପିଇଲେ ଭୋଟ୍ ଦେବେ, ମଦ ନ'ପିଇଲେ ଦୂରେଇ ଯିବେ । ସେ ଆହୁରି ମଧ୍ୟ କହିଛନ୍ତି, ମଦ ଯେଉଁ ସରକାର ବନ୍ଦ କରିବ ସେ, ହାରିବ ।
ପୂର୍ବରୁ ଜୟଲଳିତା, ଏନଟିଆର୍, ବିଜୁ ପଟ୍ଟନାୟକ ମଦ ବନ୍ଦ କରି ହାରିଛନ୍ତି ବୋଲି କହିଛନ୍ତି ଜୟରାମ ପାଙ୍ଗୀ । ସେହିପରି ମଦ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ କଟାକ୍ଷ କରି ଜୟରାମ କହିଛନ୍ତି, ଯେଉଁମାନେ ଦିନରେ ମଦ ବିରୋଧୀ ଆନ୍ଦୋଳନ କରୁଛନ୍ତି, ସେମାନେ ରାତିରେ ଭାଟିରେ ଥିବେ ।
ଆଗକୁ ପଂଚାୟତ ନିର୍ବାଚନ, ଆଉ ଏଭଳି ଏକ ସମୟରେ ବିଜେଡି ନେତାଙ୍କ ଏହି ବୟାନ, ବୋଧେ ଏଇୟା ଇସାରା କରୁଛି ଯେ, ନିର୍ବାଚନ ସମୟରେ ବୋହିବ ମଦର ବନ୍ୟା ।
ଏହାସହ ଦେଖନ୍ତୁ ଏହି ଭିଡିିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/Screen-shot-2017-01-21-at-8.06.21-PM.png)