ଅବହେଳିତ ଦୁରୁଆ ଜନଜାତି । ପରମ୍ପରା ବଂଚାଇ ରଖିବାକୁ ଆହ୍ୱାନ ପରେ ବି ମିଳିପାରୁନି ମାନ୍ୟତା, ପ୍ରତିଥର ମିଳୁଥିବା ପ୍ରତିଶ୍ରୂତି ପାଣିର ଗାର

88

କନକ ବ୍ୟୁରୋ : ପରମ୍ପରା ବଂଚି ରହିବ । ଏନେଇ ସମସ୍ତେ ଡାକନ୍ତି । ନାଚଗୀତରୁ ନେଇ ପରମ୍ପରା ବଂଚାଇ ରଖିବାକୁ ଆହ୍ୱାନ ଦିଆଯାଏ । ହେଲେ ନିଜ ସ୍ୱାର୍ଥ ସରିଗଲେ ସମସ୍ତେ ଭୁଲିଯାନ୍ତି ଏହି ଦୁରୂଆ ମାନଙ୍କୁ । ରାଜ୍ୟ ସରକାର ୧୬୯ ଟି ସମ୍ପ୍ରଦାୟକୁ ଅନୁସୁଚିତ ଜନଜାତି ତାଲିକରେ ସାମିଲ କରିବାକୁ କ୍ୟାବିନେଟରେ ପାରିତ କରିଛନ୍ତି । ଏହା ଭେଳିକି ନା ପ୍ରକୃତରେ ନାଁ ମିଳିବ ? ଏହି ମାନ୍ୟତାକୁ ନେଇ ଦ୍ୱନ୍ଦ୍ରେ ରହିଛନ୍ତି ଦୁରୁଆ ମାନେ । ନେତାଙ୍କଠାରୁ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ଯିଏ ଯେତେବେଳେ ଡ଼ାକନ୍ତି ସେମାନଙ୍କ ନିକଟରେ ପହଚିଂ ନାଚ ଗୀତ କରି ନିଜର ପରମ୍ପରାକୁ ଜଣାନ୍ତି । ସମସ୍ତେ ଖୁସି ହୋଇଯାନ୍ତି ଆଉ ଏହି ପରମ୍ପରାକୁ ନେଇ ଗର୍ବ ଅନୁଭବ କରନ୍ତି । ହେଲେ ଏହି ଦୁରୁଆ ମାନଙ୍କ ମୌଳିକ ସମସ୍ୟାକୁ କେହି ବି ଶୁଣନ୍ତି ନାହିଁ । ଏବେ ପୁଣି ଥରେ ନୁଆ ଆଶା ଦେଖାଇଛନ୍ତି ରାଜ୍ୟ ସରକାର । ହେଲେ ଚଳିତଥର ସମସ୍ୟା ସମାଧାନ ନହେଲେ ଭୋଟ୍ ବର୍ଜନ କରିବାକୁ କହିଛନ୍ତି ।

ଏବେ କେନ୍ଦ୍ରକୁ ଦୋଷ ଦେଇ ନିଜ ଦୋଷ ଝାଡ଼ୁଛନ୍ତି ସମସ୍ତେ । ରାଜ୍ୟ ସରକାର ପୁର୍ବରୁ ଅନେକ ବାର କେନ୍ଦ୍ରକୁ ଜଣାଇଛନ୍ତି କିନ୍ତୁ କେନ୍ଦ୍ର ଖାତିର କରୁନାହିଁ । ଏହି ଜନଜାତି ଆଦିବାସୀ ମାନ୍ୟତା ପାଇବା ଦରକାର ବୋଲି କୁହାଯାଇଛି । ସେପଟେ ଏହି ଦାବି ନେଇ ବାରମ୍ବାର ଜଣାଯାଇଛି । ହେଲେ କାହାର କୌଣସି ପ୍ରତିକ୍ରିୟା ନାହିଁ । ଏବେ ନ ହେଲେ ଆଗକୁ ବଡ଼ ଆନ୍ଦୋନଳ ହେବାର ଚେତାବନୀ ଦିଆଯାଇଛି ।

ବାରମ୍ବାର ପ୍ରତିଶ୍ରୁତି ଦିଆଯାଉଛି । ହେଲେ କାର୍ଯ୍ୟକାରୀ ହେଉନି । ଯାହାକୁ ନେଇ ଦୁରୁଆଙ୍କ ମନରେ ଉପୁଜିଛି ଦ୍ୱନ୍ଦ । ଏଥର ବି ପୁଣି ଦୁରୁଆଙ୍କୁ ଦିଆଯାଇଛି ଆଶା । ଯାହାକୁ ଚାହିଁ ବସିଛନ୍ତି ଏହି ଦୁରୁଆ ମାନେ ।