ଓଡିଶାର ବିକାଶରେ ଜୀବନକୁ ଉତ୍ସର୍ଗ କରିଥିଲେ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ: ନାରୀ  ସଶକ୍ତିକରଣ, ସାହିତ୍ୟରେ ଅବଦାନ ସ୍ମରଣୀୟ

74

କନକ ବ୍ୟୁରୋ: ନୀରବି ଯାଇଛି ଶୀତଳ ବହ୍ନି । ରାଜ୍ୟରେ ନାରୀ ସଶକ୍ତିକରଣର ପ୍ରତୀକ ପାଲଟିଥିବା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ଏକ ଯୁଗର ଅବସାନ ଘଟିଛି । ଗତକାଲି ରାତିରେ ତାଙ୍କର ପରଲୋକ ହୋଇଥିଲା । ଜୟନ୍ତୀଙ୍କ ଶେଷ ଦର୍ଶନ କରିବା ପାଇଁ ଭୁବନେଶ୍ୱର ବାସଭବନରେ ଆଜି ଭିଡ ଲାଗିଥିଲା । ପ୍ରମୁଖ ବ୍ୟକ୍ତିଙ୍କ ସହ ସମାଜର ସବୁବର୍ଗର ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ ।  ଏମାନଙ୍କ ମଧ୍ୟରେ ଥିଲେ  ରାଜ୍ୟପାଳ ଗଣେଶୀଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିଭଳି ପିସିସି ସଭାପତି  ଶରତ ପଟ୍ଟନାୟକ ବି ଶେଷଦର୍ଶନରେ ସାମିଲ ହୋଇଥିଲେ ।

ଶେଷଦର୍ଶନ କରିଥିବା ଅନ୍ୟ ନେତାଙ୍କ ମଧ୍ୟରେ ଥିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେପି ନେତା ବିଜୟ ମହାପାତ୍ର ଓ ବିଜେଡି ନେତା ଦେବୀ ମିଶ୍ର । ଜୟନ୍ତୀ ପଟ୍ଟନାୟକଙ୍କ ମରଶରୀର ତାଙ୍କ ଫରେଷ୍ଟ ପାର୍କ ସ୍ଥିତି ବାସଭବନରୁ ଏକ ଶୋଭାଯାତ୍ରାରେ  କଂଗ୍ରେସ ମୁଖ୍ୟାଳୟକୁ ନିଆଯାଇଥିଲା । ସେଠାରୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ କରାଯାଇଛି । ଏହି ସମୟରେ ସେଠାରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ରାଜନୀତି ସହ ସମାଜସେବାରେ ସେ ନିଜକୁ ସମର୍ପିତ କରିଥିଲେ । ସମସ୍ତଙ୍କ ପାଇଁ ସେ ଥିଲେ ପ୍ରେରଣାର ଉତ୍ସ ।

ଜୟନ୍ତୀ ପଟ୍ଟନାୟକ କଂଗ୍ରେସ ମହିଳା ସଙ୍ଗଠନକୁ ଚଳଚଂଚଳ କରି ରଖିଥିଲେ ।  ସମ୍ପାଦକରୁ ମୁଖ୍ୟମନ୍ତ୍ରୀ ହୋଇଥିବା  ଜଣେ ବ୍ୟକ୍ତିଙ୍କ ପାଇଁ ସେ ଥିଲେ ପ୍ରେରଣାର ଉତ୍ସ । ସିଏ ଥିଲେ ନାରୀସଶକ୍ତିକରଣର ପ୍ରତୀକ । ସାହିତ୍ୟର ସାଧକ  । ଏଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ଓଡିଆ ମାଟି ସବୁବେଳେ ମନେ ରଖିବ ।