କନକ ବ୍ୟୁରୋ : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି ଡକ୍ଟର ଜୟନ୍ତ ମହାପାତ୍ର ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ କଟକ ବଡ ଡାକ୍ତରଖାନା ମେଡିସିନ୍ ବିଭାଗ ଆୟୁସିୟୁରେ ଭର୍ତ୍ତି କରାଯାଇଛି । ୧୩ ତାରିଖ ସକାଳେ ଏକ କାର୍ଯ୍ୟକ୍ରମକୁ ଯୋଗଦେବ ପାଇଁ ବାରିପଦା ଯାଇଥିଲେ ଡକ୍ଟର ଜୟନ୍ତ ମହାପାତ୍ର । ସେଠାରେ ଦିନସାରା ରହିବା ପରେ ରାତ୍ରିଯାପନ କରିଥିଲେ ।

Advertisment

ରାତିରେ ତାଙ୍କର ଝାଡାବାନ୍ତି ହୋଇଥିଲା, ଏହା ପରେ ସେ ଗୁରୁତର ହୋଇପଡିଥିଲେ । ଖାଦ୍ୟପେୟରେ ସମସ୍ୟା ହେତୁ ସ୍ୱାସ୍ଥ୍ୟବସ୍ଥା ଏଭଳି ହୋଇଥିବା କୁହାଯାଉଛି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡିକାଲ କତୃପକ୍ଷ ସୂଚନା ଦେଇଛନ୍ତି । କବି ଡକ୍ଟର ଜୟନ୍ତ ମହାପାତ୍ର ଗତବର୍ଷ ମେ ମାସରେ କରୋନାରେ ସଂକ୍ରମିତ ହୋଇଥିଲା । କରୋନାରୁ ସୁସ୍ଥ ହୋଇ ଫେରିବା ପରେ ସେ ଅତ୍ୟନ୍ତ ଦୁର୍ବଳ ହୋଇପଡିଥିଲେ ।