ଇଣ୍ଡିଆମେଂଟକୁ ଝଟକା । ବିଜେପି ସହ ଆରଏଲଡି କରିବ ମେଂଟ

115

କନକ ବ୍ୟୁରୋ : ଉତରପ୍ରଦେଶରେ ବଢ଼ିଲା ବିଜେପି ବଳ । ବିଜେପି ସହ ମେଂଟ କରିବ ଆରଏଲଡି । ଲୋକସଭା ନିର୍ବାଚନ ପାଇଁ ମେଂଟ କରିବାକୁ ନିଷ୍ପତି ନେଇଛନ୍ତି ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ । ଜେଜେବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ସମ୍ମାନ ଦିଆଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିବା ପରେ ଆରଏଲଡି ବିଜେପି ସହ ମେଂଟ କରିବାକୁ ନିଷ୍ପତି ନେଇଛି । ଏଥିସହ ମୋଦୀ ସରକାରଙ୍କୁ ପ୍ରଶଂସା କରି ଜୟନ୍ତ ଚୌଧୁରୀ କହିଛନ୍ତି ଯାହା କୌଣସି ସରକାର କରିପାରିନଥିଲେ ତାକୁ ମୋଦୀ ସରକାର କରି ଦେଖାଇଛନ୍ତି । ବିଜେପି ସରକାର ଦେଶର ଭାବନା ବୁଝି ପାରିଛନ୍ତି । ତେଣୁ ତାଙ୍କ ମେଂଟ ଅଫରକୁ ଆରଏଲଡି ମନା କରିପାରୁନି   । ଉଭୟଙ୍କ ମଧ୍ୟରେ ଆସନ ବୁଝାମଣା ମଧ୍ୟ ହୋଇଛି ର ଆରଏଲଡି ଦୁଇଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିବ । ତେବେ ଆରଏଲଡି ନିଷ୍ପତି ଅଖିଳେଶଙ୍କ ସମାଜବାର୍ଧି ପାର୍ଟିକୁ ଧକ୍କା ଦେଇଛି ।