କନକ ବ୍ୟୁରୋ: ମହିଳା ଆଇଆଇସିଙ୍କୁ ଧକ୍କା ମାରି ବିବାଦରେ ଫସିଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣିଥରେ ରଣହୁଙ୍କାର ଦେଇଛନ୍ତି । କହିଛନ୍ତି, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଲୁଚି ରହିଛି ଅନେକ ଗୁମର । ଗୁମର ଖୋଲୁଥିବାରୁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି । ବିଧାନସଭାରେ ଷଡ଼ଯନ୍ତ୍ରକାରୀଙ୍କୁ ଏକ୍ସପୋଜ୍ କରିବେ । ତାଙ୍କ ବିରୋଧରେ ଯାହା ଅଭିଯୋଗ କରାଯାଉଛି, ସେ ନେଇ ଖୋଲା ଡିବେଟ୍ କରିବାକୁ ଆହ୍ୱାନ ଦେଇଛନ୍ତି ଜୟନାରାୟଣ । ଯାହାର ଜବାବ ଦେଇଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା ।

Advertisment

ଶାସକ ଦଳକୁ ଟାର୍ଗେଟ କରି ଜୟନାରାୟଣ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁଥିବାରୁ ସେମାନେ ଭୟଭୀତ ହୋଇପଡ଼ିଛନ୍ତି । ତାଙ୍କୁ ମ୍ୟାନେଜ୍ ନ କରି ପାରିବାରୁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା । ତେବେ ଏଭଳି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଏପଟେ ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ଘଟଣାର ପ୍ରତିବାଦରେ ବିରୋଧୀ ଦଳ ନେତାଙ୍କ ସରକାରୀ ବାସଭବନ ଆଗରେ ପୁଣି ବିକ୍ଷୋଭ । ପ୍ରଗତି ଫାଉଣ୍ଡେସନ ପକ୍ଷରୁ ଦୀପ ଜାଳି ପ୍ରତିବାଦ କରାଯାଇଛି । ବହୁ ସଂଖ୍ୟାରେ ମହିଳା ଏକାଠି ହୋଇ ନାରାବାଜି କରିଛନ୍ତି । ବିରୋଧୀ ଦଳ ନେତା ପଦରୁ ଜୟନାରାୟଣ ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତିି । ଗତକାଲି କିଛି କିନ୍ନର ଜୟନାରାୟଣଙ୍କ ବାସଭବନ ଆଗରେ ପ୍ରତିବାଦ କରିଥିଲେ । କିନ୍ତୁ ତାଙ୍କୁ ଗୁଲାବ ଜାମୁନ ଖୁଆଇ ଫେରାଇ ଦେଇଥିଲେ ଜୟନାରାୟଣଙ୍କ ଝିଅ ।