ମାଗଣା ଚାଉଳ ରାଜନୀତି । ଜୟନାରାୟଣ କହିଲେ, ରାଜ୍ୟ ସରକାର କାହାକୁ ମାଗଣା ଚାଉଳ ବାଣ୍ଟିବେ ତାଲିକା ଦେବେ କି?

ମାଗଣା ଚାଉଳ ରାଜନୀତି । ଜୟନାରାୟଣ କହିଲେ, ରାଜ୍ୟ ସରକାର କାହାକୁ ମାଗଣା ଚାଉଳ ବାଣ୍ଟିବେ ତାଲିକା ଦେବେ କି?

କନକ ବ୍ୟୁରୋ : ବର୍ଷେ ପର୍ଯ୍ୟନ୍ତ ମାଗଣା ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ତେଜିଛି ରାଜନୀତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, କେନ୍ଦ୍ର ସରକାର ଘୋଷଣା କରିବା ପରେ ରାଜ୍ୟରେ ଥିବା ବିଜେଡି ସରକାର ମାଗଣା ଚାଉଳ ଘୋଷଣା କରିଛନ୍ତି। କେବଳ ଶ୍ରେୟ ନେବା ପାଇଁ ରାଜନୀତି କରୁଛି ବିଜେଡି ସରକାର। କେନ୍ଦ୍ର ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ଦେବେ। ହେଲେ ଓଡ଼ିଶାରେ ଯେଉଁ କାର୍ଡ ବ୍ୟବସ୍ଥା ରହିଛି ସେଥିରେ ବ୍ୟାପକ ଅନିୟମିତତା ହୋଇଛି। କେନ୍ଦ୍ର ସରକାର ଗରିବଙ୍କୁ ଚାଉଳ ଦେବା ପାଇଁ ଚାହୁଁଛନ୍ତି। ଏଥିରେ ଯେମିତି କୌଣସି ପ୍ରକାର ପାତରଅନ୍ତର ନ ହେବ। ତାକୁ ନେଇ ପଦକ୍ଷେପ ନେବେ କେନ୍ଦ୍ର ସରକାର।

ଓଡିଶା ସରକାର ଯେଉଁ ମାଗଣା ଚାଉଳ ଦେବାକୁ ଚାହୁଁଛନ୍ତି। କେନ୍ଦ୍ର ସରକାର ଦେଲା ପରେ ଏହାର ଆବଶ୍ୟକତା ରହିଛି କି? ଓଡିଶାର ଜନସଂଖ୍ୟା କେତେ ? କେତେ ଜଣ ବିପିଏଲ ସୀମାରେଖାରୁ ଉପରେ ଅଛନ୍ତି। କେତେ ଲୋକଙ୍କୁ ଚାଉଳର ଆବଶ୍ୟକତା ରହିଛି। ତାର ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ଅଛି କି ? ଯେଉଁ ୯ ଲକ୍ଷ ଲୋକଙ୍କୁ ଚାଉଳ ଦେବେ ବୋଲି ରାଜ୍ୟ ସରକାର କହୁଛନ୍ତି। ସେମାନଙ୍କର ଲିଷ୍ଟ ଦେଇ ପାରିବେ କି ରାଜ୍ୟରେ ଥିବା ବିଜେଡି ସରକାର। କେଉଁ ୯ ଲକ୍ଷ ଲୋକଙ୍କୁ ଚାଉଳ ଦେବାକୁ ଚାହୁଁଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର ଦେବାକୁ ଥିବା ତିନି କୋଟି ୨୬ ଲକ୍ଷ ଲୋକ ଚାଉଳ ପାଇଗଲା ପରେ। ଏହା ଆବଶ୍ୟକତା କଣ ରହିଛି ବୋଲି ବିରୋଧୀ ଦଳ ନେତା ଜୟନାରାଣ ମିଶ୍ର ପ୍ରଶ୍ନ କରିଛନ୍ତି। ପର୍ବରୁ ରାଜ୍ୟ ସରକାର ଯେଉଁ ଟଙ୍କିକିଆ ଚାଉଳ ଦେଉଥିଲେ, ସେଥିରେ କେନ୍ଦ୍ରର ଭାଗ ୨୭ ଟଙ୍କା ଥିଲା। କେବଳ ଶ୍ରେୟ ନେବା ପାଇଁ ରାଜ୍ୟରେ ଥିବା ବିଜେଡି ସରକାର ଏଭଳି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe