କନକ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବଡ ବୟାନ । ମୃତ ବ୍ୟକ୍ତିଙ୍କର କରାଯାଇଛି ଅସ୍ତ୍ରୋପଚାର । ସେ ପ୍ରଶ୍ନ କରିଛନ୍ତି ଯେତେବେଳେ ନବ ଦାସଙ୍କୁ ଆପୋଲୋ ହସପିଟାଲକୁ ଅଣାଗଲା ସେତେବେଳେ କାହିଁକି ମୁଖ୍ୟମନ୍ତ୍ରୀ ନମସ୍କାର କରିଥିଲେ? କେବଳ ଏତିକି ନୁହେଁ ସେ କହିଛନ୍ତି, ମୋତେ ଲାଗୁଛି ପୃଥିବୀରେ ପ୍ରଥମ ଏଭଳି ଘଟଣା ଘଟିଛି ଯେତେବେଳେ ଜଣେ ମୃତବ୍ୟକ୍ତିର ଅସ୍ତ୍ରୋପଚାର କରାଯାଉଛି । କେବଳ ଲୋକଙ୍କୁ ଦେଖାଇବା ପାଇଁ ଏଭଳି ଅସ୍ତ୍ରୋପଚାର କରାଯାଇଥିଲା । ଏଭଳି ଘଟଣାର ତଦନ୍ତ ହେଲେ ସତ ପଦାକୁ ଆସିପାରିବ । ରାଜ୍ୟ ସରକାର ଏଭଳି ଘଟଣାକୁ ଚାପିଦେବାକୁ ବସିଛନ୍ତି ତେଣୁ ଏହାର ସିବିଆଇ ତଦନ୍ତ କରାଯିବା ଦରକାର ।
ଜୟନାରାୟଣ ପ୍ରଶ୍ନ କରିଛନ୍ତି ଯେ, ଏଭଳି ପ୍ରଥମଥର ଦେଖିବାକୁ ମିଳିଲା ଯେତେବେଳେ ଜୀବନ୍ତ ଲୋକ ଏବଂ ବୟସରେ ସାନ ଲୋକଙ୍କୁ ନମସ୍କାର କରାଯାଇଥିଲା । କଣ ଏଭଳି ନମସ୍କାର କରାଯାଏ କି ବୋଲି ସେ ଜାଣିବାକୁ ଚାହିଁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/47-1.jpg)