ବିଧାନସଭା ଶୂନ୍ୟକାଳରେ ଉଠିଲା ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ । କଂଗ୍ରେସର ଅଭିଯୋଗ, ପାଠକ ଦୁର୍ନୀତିରେ ସଂପୃକ୍ତ ଗୋପାଳପୁର ବିଧାୟକ

ବିଜେଡ଼ିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ । ଲୋକ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ

150

କନକ ବ୍ୟୁରୋ: ବିଧାନସଭାର ଶୂନ୍ୟକାଳରେ ଉଠିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ । ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତିରେ ସଂପୃକ୍ତ । ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ବିଧାୟକଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ । ଶାସକ ଦଳର ବହୁ ନେତା, ମନ୍ତ୍ରୀ ଜଡିତ ଅଛନ୍ତି । କିଛି ଅଣ ଓଡିଆ ଅଫିସର ରାଜ୍ୟକୁ ଲୁଟିଖାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ପାଠକ ବାପ, ପୁଅଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା ।

ବିଜେଡ଼ିରୁ ବହିଷ୍କୃତ ହେଲେ ପ୍ରଦୀପ ପାଣିଗ୍ରାହୀ । ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଲୋକ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଜେଡ଼ି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପଙ୍କୁ ବହିଷ୍ୃତ କରାଯାଇଛି । ଭିଜିଲାନ୍ସ ହାତରେ ଧରାପଡ଼ିଥିବା ପାଠକଙ୍କ ବାପ ପୁଅଙ୍କ ସହ ସମ୍ପର୍କକୁ ନେଇ ବିବାଦକୁ ଆସିଥିଲେ ପ୍ରଦୀପ । ଟାଟାର ଜାଲ ନିଯୁକ୍ତିପତ୍ର ନେଇ ପ୍ରଦୀଙ୍କ ଭୂମିକା ଥିଲା ସନ୍ଦେହରେ । ଏହା ସହ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ପ୍ରଦୀପଙ୍କ ଝିଅ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ପାଠକଙ୍କ ସହିତ ବନ୍ଧୁତା ସୁତ୍ରରେ  ଆବଦ୍ଧ ହୋଇଥିବା କାରଣରୁ   ପ୍ରଦୀପ ପାଣିଗ୍ରାହୀଙ୍କ ଭୂମିକା ନେଇ ସନ୍ଦେହ ବଢିଯାଇଥିଲା । ଏହା ପରେ  ବିଜେଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।  ନିଜକୁ ଟାଟା ମୋଟର୍ସର  ଏମଡି ବୋଲି ପରିଚୟ ଦେଇ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ବେକାର ଯୁବକ ଯୁବତୀଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିବାର କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିଲା ।  ଏ ନେଇ ଖୋଳତାଡ ଆରମ୍ଭ ହୋଇଛି । ଠକେଇ ହୋଇଥିବା ଯୁବକଯୁବତୀ ଗୋପାଳପୁର ନିର୍ବାଚନମଣ୍ଡଳୀର ବୋଲି ଜଣାପଡିଛି ।  ପାଠକଙ୍କ ସହ ଲିଙ୍କ୍ ନେଇ ସନ୍ଦେହରେ ଆସିବା ପରେ  ବିଜେଡି ସୁପ୍ରିମୋ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।