କନକ ବ୍ୟୁରୋ: ଭୁବନେଶ୍ୱର ସହର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକକୁ ନେଇ ଗଠନ ହୋଇଛି ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ। ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି।

Advertisment

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ

- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୬ ହଜାର ୩୩୫
- ମତ ଦେଇଥିଲେ – ୧ ଲକ୍ଷ ୨୨ ହଜାର ୯୧୯
- ଭୋଟଦାନ ହାର – ୭୩.୯୦%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ଶଶିଭୁଷଣ ବେହେରା ବିଜେଡି ୬୯,୬୩୭ ୫୬.୬୫% ବିଜୟୀ
ବେଣୁଧର ଭୋଇ କଂଗ୍ରେସ ୨୮,୬୮୬ ୨୩.୩୪% ପରାସ୍ତ
ବସନ୍ତ କୁମାର ନାୟକ ବିଜେପି ୨୦,୦୦୭ ୧୬.୨୮% ପରାସ୍ତ

କିଏ ମାରିଥିଲା ବାଜି?

- ବିଜେଡିର ଶଶିଭୂଷଣ ବେହେରା ନିର୍ବାଚନ ଜିତିଥିଲେ
- ୬୯ ହଜାର ୬୩୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ବେଣୁଧର ଭୋଇଙ୍କୁ ପରାସ୍ତ କରିଥିଲେ
- ୪୦ ହଜାର ୯୫୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ

ବିଜେଡି: ଅରବିନ୍ଦ ଢାଲି
କଂଗ୍ରେସ: ସୁଶାନ୍ତ ତିଆଡି ଭୋଇ (ପ୍ରାର୍ଥିପତ୍ର ନାକଚ )
ବିଜେପି: ନରେନ୍ଦ୍ର ନାୟକ

୨୦୧୯--ବିଜେଡି: ଅରବିନ୍ଦ ଢାଲି

- ୪ ଥର ବିଧାୟକ ( ୩ଥର ବିଜେପି, ଥରେ ବିଜେଡି )
- ପୂର୍ବତନ ମନ୍ତ୍ରୀ ( ବିଜେଡି-ବିଜେପି ମେଂଟ ସରକାର)
- ଭାରତୀୟ ଜନଶକ୍ତି ପାର୍ଟି ଓ ସମାଜବାଦୀ ପାର୍ଟିରେ ଥିଲେ

୨୦୧୯-- କଂଗ୍ରେସ: ସୁଶାନ୍ତ ତିଆଡି ଭୋଇ

- ପ୍ରାର୍ଥୀପତ୍ର ନାକଚ
- ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେବ କଂଗ୍ରେସ

୨୦୧୯--ବିଜେପି: ନରେନ୍ଦ୍ର ନାୟକ

- ୨୦୦୯ରେ ପରାଜିତ( ସ୍ୱାଧୀନ ପ୍ରାର୍ଥୀ- ଦ୍ୱିତୀୟ ସ୍ଥାନ )
- ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ

ନିର୍ବାଚନ ମଣ୍ଡଳୀ ତଥ୍ୟ

- ବାଲିଅନ୍ତା ଓ ବାଲିପାଟଣା ବ୍ଳକକୁ ନେଇ ନିର୍ବାଚନମଣ୍ଡଳୀ
- ୨୦୦୯ରେ ଗଠିତ
- ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ
- ୨୦୦୯ରେ ବିଜେଡିର ଅରବିନ୍ଦ ଢାଲି ବିଧାୟକ
- ୨୦୧୪ରେ ଶଶୀଭୂଷଣ ବେହେରା ବିଧାୟକ