କନକ ବ୍ୟୁରୋ: ରାଜ୍ୟସଭା ସାଂସଦ ଜୟା ବଚ୍ଚନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ସପାର ଏହି ନେତ୍ରୀଙ୍କୁ ତାଙ୍କ ବ୍ୟବହାର ପାଇଁ ଟ୍ରୋଲ କରାଯାଉଛି । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ଆଙ୍ଗୁଠି ଦେଖାଉଥିବା ଭିଡିଓ ଭାଇରାଲ ହେବା ସହ ତାଙ୍କୁ ଟ୍ରୋଲ କରାଯାଉଛି ।
जैसी पार्टी वैसे ही संस्कार... जया बच्चन जी कम से कम आप पद की तो गरिमा रख लेती.... pic.twitter.com/0kMlVtof2n
— Anuja Kapur (@anujakapurindia) February 12, 2023
ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଭିଡିଓରେ ସମାଜବାଦୀ ଦଳର ସାଂସଦ ସଭାପତିଙ୍କ ଆସନକୁ ଆଙ୍ଗୁଠି ଦେଖାଉଥିବା ଦେଖିବାକୁ ମିଳିଛି । ତାଙ୍କ ଭାବ-ଭଙ୍ଗୀକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ଜୟା ମଧ୍ୟ ଅନେକ ସମୟରେ ରାଗୁଥିବା ନଜର ଆସିଥାନ୍ତି । ସଂସଦରେ ଅସଂସଦୀୟ ଆଚରଣ ପାଇଁ ସପା ସାଂସଦଙ୍କୁ ଅନେକ ସମୟରେ ବିବାଦୀୟ ପରିସ୍ଥିତିର ସାମ୍ନା କରିବାକୁ ମଧ୍ୟ ପଡିଥାଏ ।
ଚଳିତ ବଜେଟ ଅଧିବେଶନ ବେଳେ ସଦନରେ ହଙ୍ଗାମା ଚାଲିଥିଲା । ସଂସଦରେ ହୋହଲ୍ଲା କରିବା ଏବଂ ଏହାକୁ ରେକର୍ଡ କରିବା ମାମଲାରେ କଂଗ୍ରେସ ସାଂସଦ ରଜନୀ ପଟେଲଙ୍କୁ ଚଳିତ ଅଧିବେଶନରୁ ନିଲମ୍ବନ କରାଯାଇଛି । ଏହାକୁ ନେଇ ଜୟା ବିରୋଧ କରିବା ସହ କଂଗ୍ରେସ ସାଂସଦଙ୍କ ସମର୍ଥନରେ ବାହାରିଥିଲେ । ତାଙ୍କ କହିବା କଥା ଯେ ରଜନୀଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିଲା । ଜୟା ଏହି ସମୟରେ ଗୃହର ମଧ୍ୟଭାଗକୁ ଆସି ସଭାପତିଙ୍କ ଆଡକୁ ଆଙ୍ଗୁଳି କରିଥିବା ଦେଖିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/Capture-222.jpg)