କନକ ବ୍ୟୁରୋ : କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ ମିଳିଲା ଗୋଲଡେନ ଟିକେଟ୍ । କ୍ରିକେଟ ବିଶ୍ୱକପର ମ୍ୟାଚ୍ ପାଇଁ ସଚିନଙ୍କୁ ଭେଟି ଏହି ଗୋଲଡେନ ଟିକେଟ ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଭାରତରେ ବିଶ୍ୱକପ ହେଉଥିବାରୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ଗୋଲଡେନ ଟିକେଟ ପ୍ରଦାନ କରୁଛି ବିସିସିଆଇ ।

Advertisment

ସଚିନଙ୍କୁ ଗୋଲଡେନ ଟିକେଟ ପ୍ରଦାନ କରୁଥିବାର ଫଟୋ ଟ୍ୱିଟ୍ କରିଛି ବିସିସିଆଇ । ଟ୍ୱିଟ୍ ହୋଇଥିବା ଫଟୋରେ ସଚିନଙ୍କ ସହ ଜୟ ଶାହାଙ୍କୁ ଦେଖିବାକୁ ମିଳିଛି । ବିିସିସିଆଇ ଏହି ଟ୍ୱିଟ୍ କରି ଲେଖିଛି, ଦେଶ ଓ କ୍ରିକେଟ ପାଇଁ ଏହା ସ୍ମରଣୀୟ ମୁହୂର୍ତ୍ତ । ଗୋଲଡେନ ଟିକେଟ ଫର୍ ଇଣ୍ଡିଆ ଆଇକନ୍ସ ପୋଗ୍ରାମ କାର୍ଯ୍ୟକ୍ରମ ଅନୁଯାୟୀ ବିସିସିଆଇର ସମ୍ପାଦକ ଜୟ ଶାହା ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କୁ ଏହି ଗୋଲଡେନ ଟିକେଟ ପ୍ରଦାନ କରିଛନ୍ତି ।

ଏହାପୂର୍ବରୁ ବିସିସିଆଇ ପକ୍ଷରୁ ଅମିତାଭ ବଚ୍ଚନଙ୍କୁ ଗୋଲଡେନ ଟିକେଟ ପ୍ରଦାନ କରାଯାଇଥିଲା । ଅମିତାଭଙ୍କୁ ଭେଟି ଜୟ ଶାହା ଏହି ଗୋଲଡେନ ଟିକେଟ ପ୍ରଦାନ କରିଥିଲେ । ଆସନ୍ତା ୫ ଅକ୍ଟୋବରରୁ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ । ସେହିଭଳି ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୮ ଅକ୍ଟୋବରରେ ମ୍ୟାଚ୍ ଖେଳି ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ ।