କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ । ରାଷ୍ଟ୍ରୀୟ ବଜେଟ ଉପରେ ସମ୍ମିଳନୀ । କେନ୍ଦ୍ରସରକାରଙ୍କ ବଜେଟ ଐତିହାସିକ । ଭାରତରେ ତଥ୍ୟ ଅନୁସାରେ ବେରୋଜଗାର କମିଛି । ୟୁପିଏ ସମୟ ଅପେକ୍ଷା ଏନଡିଏ ସମୟରେ ଅଧିକ ବିକାଶ ହୋଇଥିବା ଦମ୍ଭୋକ୍ତି । ୧୦ ବର୍ଷ ତଳେ ହୋଇଥିବା ବଜେଟ ଓ ବର୍ତ୍ତମାନ ବଜେଟ ସବୁ କ୍ଷେତ୍ରରେ ୨/୩ ଗୁଣା ହୋଇଛି ଯାହା ସାରା ପୃଥିବୀରେ ଚର୍ଚ୍ଚା ହେଉଛି । ମୋଦି ସରକାର ଆସିବା ୧୦ବର୍ଷ ପୂର୍ବରୁ ଓଡିଶାକୁ ୧ଲକ୍ଷ ୧୪ ହଜାର କୋଟି ମିଳିଥିଲା । ହେଲେ ମୋଦି ଆସିବା ପରେ ଓଡିଶାକୁ ୪ଲକ୍ଷ ୫୭ହଜାର କୋଟି ଟଙ୍କା ମିଳିଛି । ଯାହା ୩ଗୁଣାଠୁ ଅଧିକ । ହେଲେ ମିଛ ପ୍ରଚାର ହୁଏ ଓଡିଶାକୁ କଣ ମିଳିଲା ବୋଲି, ହେଲେ ଓଡିଶାକୁ ଢେରମାତ୍ରାରେ ଅନୁଦାନ ମିଳୁଛି । କେନ୍ଦ୍ର ସରକାରଙ୍କ ଜରିଆରେ ଓଡିଶାର ଅନେକ ବିକାଶ ହୋଇଛି। ବହୁତ ଗୁଡ଼ିଏ କେନ୍ଦ୍ର ସରକାରଙ୍କ ଯୋଜନା ପୂର୍ବ ରାଜ୍ୟ ସରକାର ରାଜନୈତିକ ଉଦେଶ୍ୟ ରଖି ଲାଗୁ କରୁନଥିଲେ ହଇଜାକ୍ କରୁଥିଲେ ତାଙ୍କ ଯୋଜନା କରି । ହେଲେ ଏବେ ଡବଲ ଇଂଜିନ ସରକାର ଆସିବା ପରେ ଏହି ଯୋଜନା ସବୁ ଓଡିଶାରେ ଲାଗୁ କରାଯିବ । ଆୟୁଷ୍ମାନ ଭାରତ ଯୋଜନା ଓ ଆବାସ ଯୋଜନା ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କଥା କହି ଉଦାହରଣ ଦେଲେ ସାଂସଦ ବୈଜୟନ୍ତ ପଣ୍ଡା ।