କନକ ବ୍ୟୁରୋ : ଓଡିଶା ପୋଲିସ ଆଈ ମା କାହାଣୀ କହୁଛି । ପ୍ରତ୍ୟେକ ଦିନ ନୂଆ ନୂଆ କାହାଣୀ ପ୍ଲଟ କରୁଛି ଓଡିଶା ପୋଲିସ । ସଂଘୀୟ ବ୍ୟବସ୍ଥାରେ ଯଦି ରାଜ୍ୟ ସରକାରଙ୍କ ତଦନ୍ତ ଉପରେ ପ୍ରଶ୍ନ ଉଠିବ ସେଠି କେନ୍ଦ୍ରୀୟ ସଂସ୍ଥା ଯାଞ୍ଚ କରିବା କଥା । ରାଜ୍ୟ ସରକାର ଓ ପୋଲିସ ଆଈମା କାହାଣୀ ଛାଡି ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ । ଏଇ ଘଟଣାକୁ ନେଇ ବିଜେପି ବିଧାନସଭା ହୁଲୁସ୍ତୁଲ କରିବ । ମୁଁ ନିଜେ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବି । ନବ ଦାସଙ୍କ ହତ୍ୟା ରାଜନୈତିକ ନା ବ୍ୟବସାୟିକ ତାହା ତଦନ୍ତ କଲେ ଜଣାପଡିବ । ଏହାଛଡା ଯେତେବେଳେ ନବ ଦାସଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଅଣାଗଲା ସେତେବେଳେ ତାଙ୍କୁ ଅକ୍ସିଜେନ କି ରକ୍ତ ଦିଆଯାଉଥିଲା କି? ଝାରସୁଗୁଡାର ଇସିଜି ରିପୋର୍ଟରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ପୃଥିବୀର ପ୍ରଥମ ଘଟଣା ଭାବେ ଜଣେ ମୃତ ବ୍ୟକ୍ତିଙ୍କର ଅପରେସନ କରାଯାଇଛି । କଣ ରଫାଦଫା କରିବାକୁ ସମୟ ଦରକାର ଥିଲା କି?
ଏହାଛଡା ଜୟନାରାୟଣ କହିଛନ୍ତି, ପୋଲିସ ସଂଘ ସାମ୍ବିଧାନିକ ପଦବୀରେ ଥିବା ରାଜ୍ୟର ବିରୋଧୀ ଦଳ ନେତାଙ୍କ ଉପରେ ପ୍ରଶ୍ନ କରୁଛି ଏବଂ ମନ୍ତବ୍ୟ ପ୍ରତ୍ୟାହାର କରିବା ପାଇଁ କହୁଛି । ଓଡିଶା ପୋଲିସ କିପରି କେତେ ବିଶୃଙ୍ଖଳା ଆଚରଣ କରିପାରେ ତାହା ଦର୍ଶାଉଛି । ଏମାନେ କେଉଁ ସତ ସାହସରେ ଆଉ କାହା ସାହସରେ ଏମିତି କରି ପାରୁଛନ୍ତି ବୋଲି କହି ବର୍ଷିଛନ୍ତି ବିରୋଧୀ ଦଳ ନେତା । ଏହାଛଡା ସେମାନେ କିଏ ମୋତେ ଉପଦେଶ ଦେବା ପାଇଁ ବୋଲି ପ୍ରଶ୍ନ କରିଛନ୍ତି । ସରକାରୀ କର୍ମଚାରୀ ମୋତେ କଣ ଉପଦେଶ ଦେବେ ।ଏହା ହେଉଛି ଓଡିଶା ପୋଲିସର ବିଶୃଙ୍ଖଳିତ ଆଚରଣ...
ଯେତେବେଳେ ରାଜ୍ୟର ଗୃହ ରାଷ୍ଟ୍ର ମନ୍ତ୍ରୀ କହିଲେ ପୋଲିସ କମିଶନ ନେଉଛି ସେତେବେଳେ କାହିଁକି ପୋଲିସ ସଙ୍ଘ କିଛି କହିଲାନି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଜୟ ନାରାୟଣ । ପୋଲିସକୁ ଦଳୀୟ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଯେଉଁଥିପାଇଁ ପୋଲିସ ଏପରି ବିଶୃଙ୍ଖଳିତ ଆଚରଣ କରୁଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ।