କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଜୟ କିଷାନ କ୍ଲିନିକ ଖୋଲିଲେ ଡାକ୍ତର ଶଙ୍କର ରାମଚନ୍ଦାନୀ । ପୁଣି ଚର୍ଚ୍ଚାରେ ଭିମସାର ବୁର୍ଲାର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ । କୌଣସି ଏସି ରୁମରେ କିମ୍ବା ବଡ ଡାକ୍ତରଖାନାରେ ନୁହେଁ ସାଧାରଣ ଚାଷୀଙ୍କ ପାଇଁ ଚାଷ ଜମିରେ କ୍ଲନିକ ଆରମ୍ଭ କରିଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ ।
ନିଜର ନିଃସ୍ୱାର୍ଥ ରୋଗୀ ସେବା ଓ ଗରିବଙ୍କ ପାଇଁ ଏକ ଟଙ୍କିଆ କ୍ଲିନିକ ଖୋଲି ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ଭୀମସାର ବୁର୍ଲାର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ ବର୍ତମାନ ଜୟ କିଷାନ କ୍ଲିନିକ ଆରମ୍ଭ କରି ପୁଣି ଚର୍ଚ୍ଚାରେ ଆସିଛନ୍ତି । ନିକଟରେ ପାରାକ୍ୟୁଟ କୀଟନାଶକ ଆନ୍ଦୋଳନ ପରେ ଚାଷୀ ମାନଙ୍କ ଅନୁରୋଧ କ୍ରମେ ଚାଷୀ ମାନଙ୍କ ପାଖକୁ ଯାଇ ପଦ୍ମପୁର ବରିକେଲ ଠାରେ ଅଂଚଳର ଚାଷୀ ମାନଙ୍କ ହିତ ପାଇଁ ଏକ ଚାଷ ଜମିରେ ଜୟ କିଷାନ କ୍ଲିନିକର ଶୁଭାରମ୍ଭ କରିଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । ଏହି କ୍ଲିନିକ ପ୍ରତି ମାସ ଆବଶ୍ୟକ ଅନୁଯାୟୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋବାଇଲ ୟୁନିଟ ଭଲି କାମ କରିବା ସହ ଚାଷୀ ମାନଙ୍କ ପାଖକୁ ସ୍ୱାସ୍ଥ୍ୟ ସେବା ପହଂଚାଇବାର ଏକ ନୂତନ ମାଧ୍ୟମ ହେବ ବୋଲି ଡାକ୍ତର କହିଛନ୍ତି ଏବଂ ଚାଷୀ ମାନେ ମଧ୍ୟ ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି ।
Follow Us