ଚିଲିକାର ଡଙ୍ଗାରେ ମହାପ୍ରଭୁଙ୍କ ରଥ ଚକାର ଶୋଭାଯାତ୍ରା : ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ପରିବେଶ

ଚିଲିକାର ଡଙ୍ଗାରେ ମହାପ୍ରଭୁଙ୍କ ରଥ ଚକାର ଶୋଭାଯାତ୍ରା : ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ପରିବେଶ

କନକ ବ୍ୟୁରୋ : ଚିଲିକାର ଡଙ୍ଗାରେ ମହାପ୍ରଭୁଙ୍କ ରଥ ଚକାର ଶୋଭାଯାତ୍ରା । ଚିଲିକା ମଝିରେ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ । ଘଣ୍ଟ ଧ୍ୱନି, ହରି ବୋଲ, ହୁଳହୁଳିରେ ଫାଟି ପଡିଥିଲା ଚିଲିକା । ଜଗନ୍ନାଥ ସଂସ୍କୃତି ସହ ଜଡିତ ଚିଲିକାର ଚକାନାସୀ ତଥା ସାଗର ଶ୍ରୀକ୍ଷେତ୍ରକୁ ପହଞ୍ଚିଛି ରଥଚକା ।

୧୯୧୬ ମସିହାରେ କଲ୍ୟାଣମଲ ଆକ୍ରମଣବେଳେ ଚିଲିକାର ଟାପୁରେ ଥିବା ଚକାନାସୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆତ୍ମଗୋପନ କରିଥିଲେ । ସେହି ଚକାନାସୀକୁ ଜଗନ୍ନାଥଙ୍କ ରଥଚକାକୁ ଅଣାଯାଇଛି । ଚିଲିକା ମଝିରେ ଡଙ୍ଗାରେ ଶୋଭାଯାତ୍ରା କରି ବ୍ରହ୍ମପୁର ଗାଁରେ ପହଞ୍ଚିବା ପରେ ପାଟ ପଟୁଆରରେ ଗାଁ ପରିକ୍ରମା କରାଯାଇଥିଲା । ଗ୍ରାମର ସମସ୍ତଙ୍କ ଦୁଆରେ ପୂର୍ଣ୍ଣକୁମ୍ଭ ବସାଯାଇଥିଲା । ଆଉ ବ୍ରହ୍ମପୁର ଗାଁରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe