ସାରେଗାମାପାରେ ‘ମିଠା’ ଜବାବ ଦେଇ ମନ ଜିଣିନେଲେ ସିଲଭରସିଟିର ଝିଅ । ଓଡିଆରେ କହିଲେ ଏମିତି କଥା…

986

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ରସଗୋଲା । ରସଗୋଲା କାହାର ? ଓଡିଶାର ନା ବେଙ୍ଗଲର? ମିଠା ଯୁଦ୍ଧରେ ଓଡିଶା ଜିତିବା ପରେ ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଛି ସତ । କିନ୍ତୁ ଏବେ ବି ସେହି ଦ୍ୱନ୍ଦ୍ୱକୁ ନେଇ ଦୁଇ ରାଜ୍ୟ ନୁହେଁ ବରଂ ଟିଭି ପରଦାରେ ପଚରାଯାଇଛି ପ୍ରଶ୍ନ । ଯେତେବେଳେ ଜଜ ପ୍ରତିଯୋଗୀଙ୍କୁ ରସଗୋଲା କାହାର ବୋଲି ପ୍ରଶ୍ନ କରିଛନ୍ତି । ସେତେବେଲେ ବିଭିନ୍ନ ପ୍ରତିଯୋଗୀ ଭିନ୍ନ ଭିନ୍ନ ଉତ୍ତର ଦେଇଥିଲେ । ହେଲେ କଟକୀ ଝିଅଙ୍କ କଡା ଜବାବ ଜଜଙ୍କ ପାଟି ଚୁପ କରିଦେଇଥିଲା । ଅଡିସନରେ ଭାଗ ନେଇଥିବା ଜଣେ ଓଡିଆ ଯୁବତୀ ଦିଲ୍ ସେ କହିଥିଲେ, ଜୟ ଜଗନ୍ନାଥ… ରସଗୋଲା ଆମର… ବାସ୍ କଟକୀ ଝିଅଙ୍କର ଏହି ପଦେ କଥା ଓଡିଶାବାସୀଙ୍କୁ ଛୁଇଁଯାଇଥିଲା । ମାଟି ମାଆ ଓଡିଶା ପ୍ରତି ଥିବା ତାଙ୍କ ପ୍ରେମକୁ ସମସ୍ତେ ବାଃ ବାଃ କରିଥିଲେ… ଆଉ ରସଗୋଲାକୁ ନେଇ ତାଙ୍କର ଏହି କଥା ନିଆଁ ଭଳି ସୋସିଆଲ ମିଡିଆରେ ସେୟାର ହୋଇଥିଲା ।

ତେବେ ଜି-ଟିଭିର ରିଆଲିଟି ସୋ ସାରେଗାମାପା ପାଇଁ ଚଳିତ ସିଜିନର ଅଡିସନ ମୁମ୍ବାଇରେ ହୋଇଥିଲା । ଯେଉଁଥିରେ ଭାଗ ନେଇଥିଲେ କଟକର ଝିଅ ସ୍ଥିତିପଦ୍ମା ଦାସ । ଅଡିସନରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ମେଂଟର ଗୋଟିଏ ପ୍ରଶ୍ନ ପଚାରୁଥିଲେ । ଯେ ରସଗୋଲା କାହାର ? କିଏ ବେଙ୍ଗଲର ତ କିଏ ଓଡିଶାର କହିଥିଲା । ଆଉ ଯେତେବେଲେ ସ୍ଥିତିଙ୍କୁ ପଚରାଯାଇଥିଲା । ସେ ପୂରା କଟକୀ ଷ୍ଟାଇଲରେ କହିଥିଲେ, ଜୟ ଜଗନ୍ନାଥ… ରସଗୋଲା ଆମର, ରସଗୁଲ୍ଲା ତାଙ୍କର । ସ୍ଥିତିଙ୍କର ଏହି ଉତ୍ତର ୩ ଜଣ ଜଜ୍ ବିସାଲ ଦଦଲାନି, ହିମେସ ରେସମିଆଁ ଏବଂ ଶଙ୍କର ମହାଦେବନଙ୍କୁ ଚୁପ କରେଇଦେଇଥିଲା । ତେବେ ମହାନଗରୀ ମୁମ୍ବାଇରୁ କଟକୀ ଝିଅ କୋଲକାତାକୁ କଡା ଜବାବ ଦେଇଥିବା ବେଳେ ସାରେଗାମାପାରେ ଓଡିଆ କହି ନିଜ ମାତୃଭାଷାକୁ ସମ୍ମାନ ଦେଇଥିଲେ ସ୍ଥିତି ।

ତେବେ କଟକ ସେଲ୍ଟର ଛକରେ ରହୁଥିବା ସ୍ଥିତିପଦ୍ମା ଦାସ ଭୁବନେଶ୍ୱର ଉତ୍ତଳ ସଙ୍ଗୀତ ମହାବିଦ୍ୟାଳୟରେ ପଢୁଛନ୍ତି । ଭଦ୍ରକ ଚାନ୍ଦବାଲିରେ ଜନ୍ମିତ ସ୍ଥିତି ପିଲାବେଳୁ ସଙ୍ଗୀତ ପ୍ରତି ଆଗ୍ରହୀ ଅଛନ୍ତି । ପ୍ରଖ୍ୟାତ ସଙ୍ଗୀତଜ୍ଞ ସୁବାସ ଦାସଙ୍କ ଝିଆରୀ ହୋଇଥିବାରୁ, ସଙ୍ଗୀତର ପରିବେଶରେ ସେ ନିଜକୁ ସବୁବେଳେ ରଖିଥାନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ନିଜର ସଙ୍ଗୀତ ପରିବେଷଣ କରି ସେ ବହୁ ମାନସମ୍ମାନରେ ସମ୍ମାନିତ ବି ହୋଇଛନ୍ତି । ଆଉ ଏବେ ସାରେଗାମାପାରେ ରସଗୋଲାକୁ ନିଜ ଅନ୍ଦାଜରେ ଓଡିଶାର କହି ବେଶ ଚର୍ଚ୍ଚାରେ ଅଛନ୍ତି କଟକୀ ଝିଅ ସ୍ଥିତିପଦ୍ମା ।