ରେଳ ଧାରଣାରୁ ଯବାନଙ୍କ ଖଣ୍ଡବିଖଣ୍ଡିତ ମୃତହେଦ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା , ଚାଲିଛି ତଦନ୍ତ ।

432

କନକ ବ୍ୟୁରୋ: ରେଳ ଧାରଣାରୁ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଷ୍ଟେସନରୁ ମାତ୍ର ଦୁଇ କିଲୋମିଟର ଦୂର ଲାଣ୍ଡିଗୁଡ଼ା ନିକଟ ରେଳ ଧାରଣାରେ ଘଟିଛି ଏପରି ଘଟଣା । ମୃତ୍ୟୁର କାରଣ ଏଯାଏଁ ଜଣାପଡିନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ତେବେ ମୃତ ଯବାନ ସମ୍ବଲପୁର ବାସିନ୍ଦା ଦୁବରାଜ ପ୍ରଧାନ ବୋଲି ଜଣାପଡିଛି । ସେ କୋରାପୁଟ ବିଏସଏଫ- ୯୯ ବାଟଲିୟନରେ କାର୍ଯ୍ୟରତ ଥିଲେ । ଘଟଣା ସ୍ଥଳରେ ଜିଆରପି ଏବଂ ବିଏସଏଫର ବରିଷ୍ଟ ଅଧିକାରୀ ଉପସ୍ଥିତ ଅଛନ୍ତି ।