କନକ ବ୍ୟୁରୋ: ରମଜାନ ଆରମ୍ଭରକୁ ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲଘଂନ । ଜମ୍ମୁକଶ୍ମୀରର ଆରଏସପୁରା ସେକ୍ଟରରେ ପାକିସ୍ତାନ ପଟୁ ହୋଇଛି ଗୁଳିମାଡ । ଏଥିରେ ଜଣେ ଭାରତୀୟ ଯବାନ ସହିଦ୍ ହୋଇଥିବାବେଳେ ୩ ଜଣ ନାଗରୀକ ଆହତ ହୋଇଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବାସଭବନ ନିକଟରୁ ପୋଲିସଙ୍କଠାରୁ ଇନସାସ୍ ରାଇଫଲ ଛଡାଇ ନେଇଛନ୍ତି କିଛି ସନ୍ଦିଗ୍ଧ ଆତଙ୍କବାଦୀ ।

Advertisment

publive-image

ଶ୍ରୀନଗର ଏକ ହୋଟେଲରେ ନିୟୋଜିତ ସୁରକ୍ଷାକର୍ମୀଙ୍କଠାରୁ ୩ଟି ବନ୍ଧୁକ ଛଡାଇ ନେଇଛନ୍ତି ଆତଙ୍କବାଦୀ । ପୁଲସର କହିବା ଅନୁଯାୟୀ ଆତଙ୍କବାଦୀଙ୍କ ଏକ ଗ୍ରୁପ୍ ହୋଟେଲରେ ଥିବା ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଦେଇଥିଲେ । ଏହି ଘଟଣା ପରେ ସେହି ଅଂଚଳରେ ସୁରକ୍ଷାବଳ ଘେରାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।