ପୋଟେରୁ ଫାଣ୍ଡି ଭିତରେ ଯବାନଙ୍କ ଆତ୍ମହତ୍ୟା । ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା

Advertisment
ପୋଟେରୁ ଫାଣ୍ଡି ଭିତରେ ଯବାନଙ୍କ ଆତ୍ମହତ୍ୟା । ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା

କନକ ବ୍ୟୁରୋ : ପୋଟେରୁ ଫାଣ୍ଡି ଭିତରେ ଯବାନଙ୍କ ଆତ୍ମହତ୍ୟା । ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ଏସଏସବିଏନ ଯବାନ ଦୁର୍ଯ୍ୟଧନ ମାଝୀ । କାରଣ ଅସ୍ପଷ୍ଟ, କାଲିମେଳା ପୁଲିସର ଛାନଭିନ ଜାରି ରଖିଛି
ମାଲକାନଗିରି ଜିଲ୍ଲାର ପୋଟେରୁ ଫାଣ୍ଡିରେ ଜଣେ ଯବାନ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏସଏସବିଏନର ଯବାନ ଦୁର୍ଯ୍ୟୋଧନ ମାଝୀ ଆତ୍ମହତ୍ୟା କରିଛନ୍ତି। ସେ ଗତକାଲି ରାତି ଡ୍ୟୁଟି ସାରି ସକାଳ ପ୍ରାୟ ୭ ଟା ବେଳେ ଫାଣ୍ଡି ପରିସରରେ ଥିବା ନିଜ କ୍ବାର୍ଟରକୁ ଆସିଥିଲେ। ସେଠାରେ ସେ ନିଜ ସର୍ଭିସ୍ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କରିଥିଲେ।

ଗୁଳି ଶବ୍ଦ ଶୁଣି ଫାଣ୍ଡର କର୍ମଚାରୀମାନେ ସେଠାରେ ରୁଣ୍ଡ ହୋଇଥିଲେ। କାଲିମେଳା ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି। ଦୁର୍ଯ୍ୟୋଧନ ମାଝୀ କିଛି ଦିନ ତଳେ ବିବାହ କରିଥିଲେ ଏବଂ ତାଙ୍କ ଘର ବରଗଡ଼ ଜିଲ୍ଲାରେ ବୋଲି ଜଣାଯାଇଛି। ଆତ୍ମହତ୍ୟାର ଅସଲ କାରଣ ଏଯାଏଁ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe