କନକ ବ୍ୟୁରୋ : ସିଆରପିଏଫ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ । ଶୌଚାଳୟ ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ସିଆରପିଏଫ ୧୨୭ ବାଟାଲିଅନର ଯବାନ ରମେଶ ସିଏଲ୍ ଆତ୍ମହତ୍ୟା କରିଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି ।

Advertisment

ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଯବାନଙ୍କ ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ମୃତ ଯବାନଙ୍କ ଘର କେରଳ କାଟକାତା ଥାନା ଅଂଚଳର ବୋଲି ଜଣାପଡିଛି । ଯବାନ ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ପରେ ଘଟଣା ସମ୍ପର୍କରେ ଜଣାପଡିବ ବୋଲି କହିଛନ୍ତି ଥାନା ଅଧିକାରୀ ।