ଛତିଶଗଡରେ ପୁଅ ହୋଇଗଲା ସହିଦ । ହେଲେ ମା ଜଣା ଯାଉନାହିଁ ସହିଦ ହେବାର ଖବର ।

Advertisment
ଛତିଶଗଡରେ ପୁଅ ହୋଇଗଲା ସହିଦ । ହେଲେ ମା ଜଣା ଯାଉନାହିଁ ସହିଦ ହେବାର ଖବର ।

କନକ ବ୍ୟୁରୋ: ଛତିଶଗଡ଼ର ସୁକୁମା ଓ ବିଜାପୁର ସୀମା ସ୍ଥିତ ଜଙ୍ଗଲରେ ମାଓବାଦୀଙ୍କ ସହ ହୋଇଥିବା ଏନ୍‌କାଉଣ୍ଟରରେ ସୁରକ୍ଷା ବାହିନୀର ୨୨ ଯବାନ ସହିଦ ହୋଇଯାଇଛନ୍ତି। ଏଥିରେ ଅଯୋଧ୍ୟାରେ ରହୁଥିବା ରାଜକୁମାର ଯାଦବ ବି ସହିଦ ହୋଇଛନ୍ତି।

ପରିବାରର ସବୁଠାରୁ ବଡ଼ ପୁଅ ରାଜକୁମାର ଯାଦବ ଛୁଟିରେ ଘରକୁ ଆସିଥି‌ଲେ। ଛୁଟି ଶେଷ ହେବାପରେ ଜାନୁଆରି ୧୦ ତାରିଖରେ ସେ ଡିୟୁଟିରେ ଯୋଗ ଦେଇଥିଲେ। ସିଆରପିଏଫର କୋବରା କମାଣ୍ଡୋ ଉଇଙ୍ଗରେ ରାଜକୁମାର ଯାଦବ ନିୟୋଜିତ ଥିଲେ। ଯାଦବଙ୍କ ସହିଦ ଖବର ଶୁଣିବା ପ‌ରେ ପୁରା ଗାଁରେ ଶୋକରଛାୟା ଖେଳି ଯାଇଥିଲା।

ତିନିଜଣ ଭାଇ ଓ ଦୁଇ ଭଉଣୀଙ୍କ ଦାୟିତ୍ବ ରାଜକୁମାରଙ୍କ ଉପରେ ଥିଲା। ଏପଟେ ସହିଦ ଯବାନଙ୍କ ମା’ କର୍କଟରେ ପୀଡିତ ଅଛନ୍ତି। ଯାହାଙ୍କ ଚିକିତ୍ସା ଲକ୍ଷ୍ମୌରେ ଚାଲିଥିବା ବେଳେ ରବିବାର ସେ ହସ୍ପିଟାଲରୁ ଛୁଟି ହୋଇ ଘରକୁ ଆସିଛନ୍ତି। ରାଜକୁମାରଙ୍କ ସହିଦ ଖବର ଶୁଣୁଶୁଣୁ ସ୍ତ୍ରୀ ପାଗଳପ୍ରାୟ ହୋଇଯାଇଛନ୍ତି।

ସହିଦଙ୍କ ବୁଢ଼ା ବାପା ଯେତେବେଳେ ପୁଅର ସହିଦ ଖବର ପାଇଥିଲେ ତାଙ୍କ ଉପରେ ଦୁଃଖର ପାହାଡ ଖସି ପଡ଼ିଥିଲା। ସେ ପୂରାପୂରି ସ୍ଥାଣୁ ପାଲଟି ଯାଇଛନ୍ତି।

ସହିଦଙ୍କ ସାନ ଭାଇ ରାମବିଳାସ ଯାଦବଙ୍କ କହିବାନୁସାରେ, ମୋ ବଡ଼ ଭାଇ ୧୯୯୫ରେ ସିଆରପିଏଫରେ ସାମିଲ ହୋଇଥିଲେ। ମା’ କର୍କଟ ପୀଡିତ ହେତୁ ତାଙ୍କ ସାମ୍ନାରେ ମନ ଖୋଲି କାନ୍ଦିବି ହେଉନାହିଁ। ମା’ଙ୍କ ବଡ଼ ପୁଅ ତାଙ୍କୁ ପର କରି ଦେଶ ପାଇଁ ସହିଦ ହୋଇଯାଇଥିବା ସେ ଜାଣି ନାହାନ୍ତି। ଆମର ବି ଏଖବର ତାଙ୍କୁ ଜଣାଇବାକୁ ସାହାସ ହେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe