ନର ପିପାସୁଙ୍କ ନରସଂହାର କାହାଣୀ କହିଲେ ଆହତ ଯବାନ । କେମିତି ଥିଲା ସେଦିନର ଘଟଣା?

287

କନକ ବ୍ୟୁରୋ: କେମିତି ଥିଲା ସେ ଦିନର ଲୋମ ହର୍ଷଣକାରୀ ଘଟଣା । କେମିତି ମାଓବାଦୀଙ୍କ ଚକ୍ରବ୍ୟୁହରେ ଛନ୍ଦି ହୋଇପଡ଼ିଥିଲେ ଯବାନ । କନକ ନ୍ୟୁଜ କ୍ୟାମରାରେ ଏନକାଉଂଟରର ଭୟବହତାକୁ ବଖାଣିଛନ୍ତି ଆହତ କୋବ୍ରା ଯବାନ ମଦନ ସିଂହ ଓ ଡିଆରଜି ଯବାନ ବଦୃ ପୁନେମ ।
କୋବ୍ରା ଟିମର ଯବାନ ମଦନ ପାଲ ସିଂ କହିଛନ୍ତି, ଆମେ ଜାଣିଥିଲୁ ସେ ଜାଗାକୁ ଗଲେ କିଛିନା କିଛି ହେବ । ହେଲେ ଆମକୁ ଜଣା ନଥିଲେ ସେଠାରେ ଏତେ ମାତ୍ରାରେ ମାଓବାଦୀ ଥିବେ । ସେମାନେ ହଠାତ ଆଟାକ କଲେ । ହାତ ତିଆରି ବୋମା ଆମ ଉପରକୁ ଫୋପାଡିଲେ । ବୋମା ମୋ ମୁଣ୍ଡ ଉପରେ ବି ପଡିଛି । ଆମେ ୪୦୦ ଥିଲୁ ସେମାନେ ଆମଠୁ ଅଧିକ ଥିଲେ । ଗାଁ ବାଲା ପୋଲିସକୁ ସମର୍ଥନ କରୁନଥିଲେ ।

ସେହିପରି ଜଣେ ଡିଆରଜି ଯବାନ କହିଛନ୍ତି, ମୋ ହାତରେ ଗୁଳି ବାଜିଥିଲା । ୧୦୦-୧୫୦ ମିଟର ଭିତରେ ଗୁଳିମାଡ କରିଥିଲେ । ଏବେ ମୁଁ ସୁସ୍ଥ ହୋଇ ଆସିଲେଣି । ପୁଣି ସେହି ଅପରେସନରେ ସାମିଲ ହେବି ।