ଛତିଶଗଡ ବିଜାପୁରରୁ ପୁଣି ଯବାନଙ୍କୁ ଅପହରଣ । ଯବାନଙ୍କୁ ଅପହରଣ କରିନେଲେ ମାଓବାଦୀ ।

659

କନକ ବ୍ୟୁରୋ: ଛତିଶଗଡ ବିଜାପୁରରୁ ପୁଣି ଯବାନଙ୍କୁ ଅପହରଣ । ଯବାନଙ୍କୁ ଅପହରଣ କରିନେଲେ ମାଓବାଦୀ । ଗଙ୍ଗାଲୁରୁ ଥାନା ଅନ୍ତର୍ଗତ ପାଲନାର ଗାଁରୁ ଉଠାଇନେଲେ । ଛୁଟିରେ ଗାଁକୁ ଫେରିଥିଲେ ଏସଆଇ ମୁରଲୀ ତାତି । ବସ୍ତର ଜବଲପୁରଠାରେ କାର୍ଯ୍ୟରତ ଥିଲେ ଯବାନ । ଏସଆଇଙ୍କୁ ଅପହରଣ ନେଇ ବିଜାପୁର ଏସପିଙ୍କ ସୂଚନା ।

କିଛିଦିନ ତଳେ ବିଜାପୁର ଜୋନାଗଡ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ । ଆଉ ଜଣେ ଯବାନଙ୍କୁ ଅପହରଣ କନେଇଥିଲେ ମାଓବାଦୀ । ହେଲେ ପରେ ଯବାନ ରାକେଶ୍ୱର ସିଂଙ୍କୁ ଛାଡି ଦେଇଥିଲେ ମାଓବାଦୀ ।

ସେପଟେ ଆଜି ଛତିଶଗଡ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମୁଖପାତ୍ର ବିକଳ୍ପ ପ୍ରେସ ନୋଟ ଜାରି କରିଛନ୍ତି । ଆଉ ମାଓ ସିବିର ଉପରେ ଏୟାର ଷ୍ଟ୍ରାଇକ ହୋଇଥିବା କଥା କହିଛନ୍ତି । ଏହାସହ ଏୟାରଷ୍ଟ୍ରାଇକର ଭିଡିଓ ଓ ଫଟୋ ବି ଜାରି କରାଯାଇଛି । ମାଓବାଦୀମାନେ ଦାବି କରିଛନ୍ତି, ୧୯ ଏପ୍ରିଲରେ ପୁଲିସ ଡ୍ରୋନ ମାଧ୍ୟମରେ ମାଓବାଦୀଙ୍କ ଉପରେ ୧୨ ବୋମା ଫିଙ୍ଗିଛନ୍ତି ।