ଖାଲି ସୀମାରେ ନୁହେଁ ଶ୍ରମରେ ବି ଆଗେଇ ଆସନ୍ତି ବୀର ଯବାନ । ଜଣେ ଗରିବ ଚାଷୀଙ୍କୁ ବଳ ଦେବାକୁ ଆଗେଇ ଆସିଲେ ଆଇଟିବିପି ଓ ସିଆରପିଏଫ୍ ଯବାନ

ଧାନ ତଳି ରୋଇବାଠୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ କରିଛନ୍ତି ସହଯୋଗ

124

କନକ ବ୍ୟୁରୋ: କନକ ବ୍ୟୁରୋ: ଯବାନ ସାଜିଲେ କିଷାନ । ଜଣେ ଅସହାୟ ଚାଷୀଙ୍କ ସହଯୋଗର ହାତ ବଢ଼ାଇବା ପାଇଁ ଆଗେଇ ଆସିଛନ୍ତି ଯବାନ ଏବଂ ଚାଷୀ ଭଳି ବିଲରେ ଧାନ କାଟିଛନ୍ତି । ଏମିତି ଚିତ୍ର ଆସିଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ଗାଁରୁ । ଗାଁର ବାସୁଦେବ ବେହେରାଙ୍କ ଚାଷ କାମ ପାଇଁ ସହଯୋଗ କରିଛନ୍ତି ଆଇଟିବିପି ଏବଂ ସିଆର୍ପିଏମ୍ ଯବାନ । ବାସୁଦେବଙ୍କ ଦୟନୀୟ ସ୍ଥିତି ।

ନିଜର ବୋଲି ଘର ଖଣ୍ଡେ ନାହିଁ । ୩ଝିଅ ଓ ଗୋଟିଏ ପୁଅକୁ ନେଇ ବହୁ ଦୁଃଖରେ ଚଳୁଛନ୍ତି । ପରିବାର ପ୍ରତିପୋଷଣ ପାଇଁ ଚାଷ କରନ୍ତି । ଅସୁବିଧାରେ ଚଳୁଥିବା ଏହି ପରିବାରକୁ ଚାଷ କାମରେ ସହଯୋଗ କରିଛନ୍ତି ଯବାନ । ଜୀବନଜ୍ୟୋତି ସଂଗଠନର ସଦସ୍ୟ ଓ ଆଇଟିବିପିର ଯବାନ ମାନେ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ବୀର ଯବାନ ମାନେ ଧାନତଳି ରୋଇବାଠାରୁ ଆରମ୍ଭ କର ଧାନ ଅମଳ ପର୍ଯ୍ୟନ୍ତ ତାଙ୍କୁ ସହଯୋଗ କରିଛନ୍ତି ।