କନକ ବ୍ୟୁରୋ : ବକ୍ସ ଅଫିସରେ ରୋଜଗାର ମାମଲାରେ ଶାହାରୁଖ ଖାନଙ୍କ ସିନେମା ଜୱାନ ଏବେ ସମସ୍ତଙ୍କୁ ପଛରେ ପକାଇ ଦେଇଛି । ସିନେମାଟି ରିଲିଜ ହେବାର ୮ ଦିନ ମଧ୍ୟରେ ସାରା ପୃଥିବୀରୁ ୭ଶହ କୋଟି ଟଙ୍କା ରୋଜଗାର କରିଛି । କେବଳ ସେତିକି ନୁହେଁ ଘରୋଇ ବକ୍ସ ଅଫିସରେ ସିନେମାଟି ୪୦୦ କୋଟି କ୍ଲବରେ ସାମିଲ ହୋଇଛି ।

ସେପ୍ଟେ୍ମ୍ବର ୭ ତାରିଖରେ ସିନେମାଘରରେ ରିଲିଜ ହୋଇଥିବା ଜୱାନ ୧୪ ତାରିଖକୁ ଗୋଟିଏ ସପ୍ତାହ ପୂରଣ କରିଛି । ରିଲିଜ ହେବାର ପ୍ରଥମଦିନରୁ ସିନେମାକୁ ସଫଳତା ମିଳିଚାଲିଛି । ରିଲିଜ ହେବାର ପ୍ରଥମ ସପ୍ତାହରେ ୩୮୯.୮୮ କୋଟି କଲେକସନ କରିଥିଲା । ଯଦି ଆମେ ଦେଖିବା କେବଳ ହିନ୍ଦୀ ଭର୍ସନରୁ ୩୪୭ କୋଟି, ତାମିଲ ଭର୍ସନରୁ ୨୩.୮୬ କୋଟି, ତେଲୁଗୁ ଭର୍ସନରୁ ୧୮.୪ କୋଟି ଟଙ୍କା କଲେକସନ କରିଛି ।

ଯଦି ସାରା ବିଶ୍ୱ କଥା ଦେଖିବା ତେବେ ଶାହାରୁଖ ଖାନଙ୍କ ପତ୍ନୀ ଗୋରୀଙ୍କ ପ୍ରଡକ୍ସନ ହାଉସ ରେଡ ଚଲିଜର ବ୍ୟାନରରେ ନିର୍ମିତ ହୋଇଥିବା ଏହି ସିନେମାର ଦୈନିକ ରୋଜଗାର ପ୍ରଡକ୍ସନ ହାଉସ ତରଫରୁ ଜାରି କରାଯାଉଛି । ତାଜା ସୂଚନା ମୁତାବକ ଜୱାନ ସାରା ବିଶ୍ୱରୁ ଏପର୍ଯ୍ୟନ୍ତ ୬୯୬ କୋଟି ଟଙ୍କା ରୋଜଗାର କରିଛି ।