ପାଖେଇ ଆସୁଛି ବାତ୍ୟା । ପୁରୀରୁ ୪୩୦ କିମି ଦୂରରେ ବାତ୍ୟା ।ଘଣ୍ଟା ପ୍ରତି କମୁଛି ବାତ୍ୟାର ବେଗ ।

144

କନକ ବ୍ୟୁରୋ: ରବିବାର ମଧ୍ୟାହ୍ନରେ ପୁରୀରେ ଲ୍ୟାଣ୍ଡଫଲ କରିବାରେ ଏହି ବାତ୍ୟା! ପୂର୍ବପେକ୍ଷା ବାତ୍ୟାର ବେଗ କମିବାରେ ଲାଗିଛି । ଗତ ୬ ଘଣ୍ଟା ହେବ ୬ କିମି ବେଗରେ ଗତି କରୁଛି ବାତ୍ୟା ଜୱାଦ । ପୂର୍ବରୁ ଏହା ଘଣ୍ଟାକୁ ୯ କିମଲୋମିଟର ବେଗରେ ଗତି କରୁଥିଲା । ତେବେ ଆସନ୍ତା କାଲି ମଧ୍ୟାହ୍ନରେ ବାତ୍ୟା ଜୱାଦ ପୁରୀ ଉପକୂଳ ଛୁଇଁ ଯାଇପାରେ ବୋଲି ପୂୁର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ତେବେ ଫନି ଭଳି ଏହା କ୍ଷତି କରିବ ନାହିଁ । ହେଲେ ପ୍ରବଲ ବର୍ଷା ଯୋଗୁଁ ଲୋକେ ସଜାଗ ରହିବାକୁ ସତର୍କ କରାଇଛି ପାଣିପାଗ ବିଭାଗ ।