ଅବପାତର ରୂପ ନେବ ‘ଜୱାଦ’ : ପୁରୀ ଠାରୁ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଦିଗରେ ୧୮୦ କିଲୋମିଟର ଦୁରରେ ଅବସ୍ଥିତ

ଅପରାହ୍ନ ସୁଦ୍ଧା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବା ଅନୁମାନ

133

କନକ ବ୍ୟୁରୋ : ଆଉ କିଛି ସମୟ ମଧ୍ୟରେ ଅବପାତର ରୂପ ନେବ ‘ଜୱାଦ’ । ମଧ୍ୟାହ୍ନରେ ପୁରୀ ନିକଟବର୍ତ୍ତୀ ହେବ ଜୱାଦ । ଅପରାହ୍ଣ ସୁଦ୍ଧା ଏକ ୱେଲଡ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇ ପଶ୍ଚିମବଙ୍ଗ ଆଡକୁ ଗତି କରିବ । ଏବେ ଗଭୀର ଅବପାତ ଭାବେ ଉତର-ଉତର-ପଶ୍ଚିମ ଦିଗରେ ଘଂଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ଜୱାଦ । ବିଶାଖାପାଟଣାଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ୨୩୦ କିଲୋମିଟର ଦୂରରେ ରହିଛି ।

ଗୋପାଳପୁରଠାରୁ ଦକ୍ଷିଣ ଦିଗରେ ୧୩୦ କିଲୋମିଟର ଏବଂ ପୁରୀ ଠାରୁ ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ ୧୮୦ କିଲୋମିଟର ଓ ପାରାଦୀପଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ୨୭୦ କିଲୋମିଟର ଦୂରରେ ରହିଛି । ଜୱାଦ ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ଜାରି ରହିବ । କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ଅଞ୍ଚଳରେ ୭ରୁ ୨୯ ସେଣ୍ଟିମିଟର ବର୍ଷା ସମ୍ଭାବନା । ୩୦ରୁ ୪୦କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ବନ୍ଦରଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ସେପଟେ, ଜୱାଦ ପ୍ରଭାବରେ ବର୍ଷା ଲାଗି ରହିଛି । ଆଜି ଉତର ଓଡ଼ିଶାରେ ବର୍ଷା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏବେ ଉପକୂଳବର୍ତୀ ଅଂଚଳରେ ବର୍ଷା ଲାଗି ରହିଛି । ଆଜି ୫ ଜିଲ୍ଲାକୁ ଅରେଂଜ ୱାଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଟ୍ୱିନ୍ ସିଟି ପାଇଁ ମଧ୍ୟ ଅରେଂଜ ୱାଣ୍ଣିଂ ଜାରି କରାଯାଇଛି । କଟକ ଭୁବନେଶ୍ୱର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଗତ ୨୩ ଘଂଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ ୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ୪୬, ଚାନ୍ଦବାଲିରେ ୨୮, ଭୁବନେଶ୍ୱରରେ ୨୪ ଓ ପୁରୀରେ ୨୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।